Odisha Link
Bridging the Missing Links in Odisha

ଶିବସେନାକୁ ଟାର୍ଗେଟ କଲେ କଙ୍ଗନାଙ୍କ ମା, କହିଲେ ତାଙ୍କ ଘରେ ଝିଅ..

ମୁମ୍ବାଇ: ଶିବସେନା ଓ କଙ୍ଗନା ରଣାଓ୍ବତଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ କଙ୍ଗନାଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ମା ଆଶା ରଣାଓ୍ବତ। ନିଜ ଝିଅ ସପକ୍ଷରେ ବାହାରି ଶିବସେନାକୁ ଟାର୍ଗେଟ କରିଛନ୍ତି କଙ୍ଗନାଙ୍କ ମା।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖୋଲାଖୋଲି ଭାବେ ଶିବସେନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି କଙ୍ଗନା ଭୁଲ ହୋଇଥାନ୍ତେ ତେବେ ସାରା ଦେଶର ଜନତା ତାଙ୍କ ସପକ୍ଷରେ ବାହାରି ନଥାନ୍ତେ। ମୋ ଝିଅ ମହାରାଷ୍ଟ‌୍ରରେ ବସବାସ କରୁଛି। ହେଲେ ତା ପ୍ରତି ଅନ୍ୟାୟ ହେଉଛି। ଏହା କି ପ୍ରକାର ସରକାର। ଏହାକୁ ସରକାର କୁହାଯାଏ କି ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଏହା ବାଲ ଠାକରେଙ୍କ ଶିବସେନା ନୁହେଁ। ଯାହାକୁ ଆମେ ପିଲା ଦିନରୁ ଶୁଣିଆସିଛୁ। ବର୍ତ୍ତମାନର ଶିବସେନା ଡରୁଆ ଭୟାଳୁ ବୋଲି ସେ କହିଛନ୍ତି।

ମୋ ଝିଅ ୧୫ ବର୍ଷ ପରିଶ୍ରମ କରି ଟଙ୍କା ସଞ୍ଚୟ କରି ଏକ ଅଫିସ୍‌ ବନାଇଥିଲା। ଆମେ ଏକ ମଧ୍ୟବିତ୍ତ ପରିବାରର। ମୋ ଝିଅ କେତେ ଟଙ୍କା ସଂଗ୍ରହ କରିଛି ତାହା ସମସ୍ତେ ଦେଖିଛନ୍ତି। ସେମାନଙ୍କର ପିତାମାତାଙ୍କର ସମ୍ପତ୍ତି ଅଛି, ଯାହାକୁ ନେଇ ବହୁତ ଗର୍ବ କରୁଛନ୍ତି ଏବଂ ନିର୍ଯାତନା ଦେଉଛନ୍ତି ବୋଲି କଙ୍ଗନାଙ୍କ ମା କହିଛନ୍ତି।

ମୋ ଝିଅ ସତ୍ୟର ସମର୍ଥନ କରିଛି। ସମସ୍ତ ଭାରତବାସୀ ମୋ ଝିଅ ସହିତ ଅଛନ୍ତି ଓ ଆଗକୁ ରହିବେ ମଧ୍ୟ ସେ କହିଛନ୍ତି। ମୁଁ ଗୃହମନ୍ତ୍ରୀ ଅମିତ ଶାହ ଓ ହିମାଚଳ ପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ମୋ ଝିଅକୁ ସୁରକ୍ଷା ଯୋଗାଇଛନ୍ତି। ନିର୍ଯ୍ୟାତନା, ହଇରାଣ କରୁଥିବା ଲୋକଙ୍କ ଉପରେ କଣ ବିଶ୍ବାସ୍‌ କେଉଁ ମୁହୁର୍ତ୍ତରେ କିଛି ମଧ୍ୟ କରି ପାରନ୍ତି। ସେମାନଙ୍କ ଉପରେ ବିଶ୍ବାସ ନାହି ବୋଲି କଙ୍ଗନାଙ୍କ ମା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିରୋଧୀ ମାନେ କହୁଛନ୍ତି ଯେ, କଣ ପାଇଁ ବିଜେପି ମୋ ଝିଅକୁ ସୁରକ୍ଷା ଦେଉ ନାହିଁ। ତାଙ୍କର କଣ ଅସୁବିଧା ଅଛି ତାଙ୍କ ଘରେ ଝିଅ ନାହାନ୍ତି ବୋଲି କହିଛନ୍ତି ଆଶା ରଣାଓ୍ବତ। ସେହି ଲୋକମାନେ ମୋ ଝିଅ ବିଷୟରେ ବାଜେ କଥା କାଇଁ କହୁଛନ୍ତି। ଯଦି କେହି ସତ୍ୟକୁ ସମର୍ଥନ କରୁଛି ତେବେ ତାକୁ ସମର୍ଥନ କରିବା ଉଚିତ୍‌ ବୋଲି ତାଙ୍କ ମା କହିଛନ୍ତି।

Comments are closed.