ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ

ଗୁଣୁପୁର: ରାୟଗଡ଼ା ଜିଲ୍ଲାର ଗୁଣୁପୁର ବିଧାନସଭା ଆସନର ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁୁଟ୍ଟିକାଙ୍କର ପରଲୋକ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର ବିଧାୟକ ରହିଥିଲେ। ସେ ୨୦୦୯ରୁ ୨୦୧୪ରେ ବିଧାୟକ ଭାବେ ଦାୟିତ୍ୱ ତୁଲାଇଥିଲେ। ତେବେ ୨୦୧୪ରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ଲୋକପ୍ରତିିନିଧି ଭାବେ ସେ ଅନେକ କାମ କରିଥିଲେ। ଶନିବାର ଆନ୍ଧ୍ରପ୍ରଦେଶର ରାଗୁଲୁ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଅନେକ ନେତା, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଆଦି ଶୋକ ବ୍ୟକ୍ତ କରିଛନ୍ତି।