Odisha Link
Bridging the Missing Links in Odisha

ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସ୍ଥିର ରହିଥିବା ଯୋଗୁଁ ଦେଶରେ ତେଲଦର କମୁଛି। ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି। ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୩ ପଇସା ଓ ଡିଜେଲ ଦର ଲିଟର ପ୍ରତି ୧୨ ପଇସା ହ୍ରାସ ପାଇଛି।

ପେଟ୍ରୋଲ ଦର କମି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୨ ଟଙ୍କା ୯୩ ପଇସାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୮ ଟଙ୍କା ୫୧ ପଇସା ଓ ଡିଜେଲ ୭୯ ଟଙ୍କା ୪୫ ପଇସାରେ ପହଞ୍ଚିଛି। ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ୮୨ଟଙ୍କା ୪୧ପଇସା ଓ ଡିଜେଲ ୭୯ଟଙ୍କା ୩୫ପଇସାରେ ବିକ୍ରି ହେଉଛି।

Comments are closed.