Odisha Link
Bridging the Missing Links in Odisha

ଘୃଣା ଭାଷଣ ଅଭିଯୋଗ: ଫେସବୁକ୍ ଇଣ୍ଡିଆ ଅଧିକାରୀଙ୍କୁ ଦିଲ୍ଲୀ ବିଧାନସଭା କମିଟିର ସମନ୍

ନୂଆଦିଲ୍ଲୀ: ଦେଶରେ ଘୃଣା ଭାଷଣ ପୋଷ୍ଟ୍‌ଗୁଡ଼ିକୁ ରୋକିବାରେ ‘ଫେସ୍‌ବୁକ୍’ ଉଦ୍ଦେଶ୍ୟମୂଳକଭାବେ ଉଦାସୀନ ରହୁଥିବା ଅଭିଯୋଗରେ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସମନ୍ୱୟ କମିଟି ‘ଫେସ୍‌ବୁକ୍ ଇଣ୍ଡିଆ’ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅଜିତ ମୋହନଙ୍କୁ ସମନ୍ ଜାରି କରିଛି।

ଆମ୍‌ ଆଦ୍‌ମି ପାର୍ଟି ନେତା ତଥା ରାଜେନ୍ଦ୍ର ନଗର ରାଘବ ଚଢ଼ାର ବିଧାୟକଙ୍କ ନେତୃତ୍ବାଧୀନ କମିଟି ଅଜିତ ମୋହନଙ୍କୁ ୧୫ ସେପ୍ଟେମ୍ବରରେ ଦିଲ୍ଲୀ ବିଧାନସଭାରେ ହାଜର ହେବାକୁ ଡକାଇଛି। ଏ ସଂକ୍ରାନ୍ତରେ ଜାରି ହୋଇଥିବା ଏକ ବିଧିବଦ୍ଧ ବିବୃତିରେ ଉଲ୍ଲେଖ ଅଛି ଯେ, ସାକ୍ଷୀମାନଙ୍କ ଦ୍ବାରା ଉପସ୍ଥାପିତ ଦୃଷ୍ଟି ଆକର୍ଷଣକାରୀ ପ୍ରମାଣ ପ୍ରତି ସମ୍ମାନ ଜଣାଇ କମିଟି ବିଶ୍ବାସ କରୁଛି ଯେ, ଦିଲ୍ଲୀ ଦଙ୍ଗା ତଦନ୍ତରେ ଫେସ୍‌ବୁକ୍‌କୁ ସହଅଭିଯୁକ୍ତ କରାଯିବା ଉଚିତ। ଏହି ପ୍ରକ୍ରିୟା ଅପରାହ୍ଣ ୧୨ଟା ପରେ ଆରମ୍ଭ ହେବ ଏବଂ ତାହା ଲାଇଭ୍-ଷ୍ଟ୍ରିମ୍ କରାଯିବ।

ସାକ୍ଷୀମାନେ ଶପଥପାଠ ପୂର୍ବକ ଯୋଗାଇ ଥିବା ପ୍ରମାଣ ଆଧାରରେ ଏହି ସମନ୍ ଜାରି କରାଯାଇଛି ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି। ସାମ୍ବାଦିକ ପ୍ରଜ୍ଞାଜୟ ଗୁହା ଠାକୁର୍ତା ଏବଂ କୁନାଳ ପୁରୋହିତ, ଲେଖକ ନିଖିଳ ପାୱା ଏବଂ ସାମାଜିକକର୍ମୀ ଆୱେଶ ତିୱାରିଙ୍କ ସମେତ ଅନେକ ସାକ୍ଷୀଙ୍କୁ କମିଟି ପଚରାଉଚୁରା କରିଥିଲା।

Comments are closed.