Odisha Link
Bridging the Missing Links in Odisha

ଖୋଲିଲା କେଦାରନାଥ ମନ୍ଦିର, ମନ୍ତ୍ର ଓ ଧ୍ୱନୀରେ କମ୍ପିଲା ମନ୍ଦିର ପରିସର

ଓଏଲ୍‌ ବ୍ୟୁରୋ: ପ୍ରଭୁ କେଦାରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ବଡ଼ ଖବର। ଖୋଲିଲା ଉତ୍ତରାଖଣ୍ଡ ପ୍ରସିଦ୍ଧ କେଦାରନାଥ ମନ୍ଦିର। ମନ୍ତ୍ର ଓ ବେଦ ଧ୍ୱନୀ ଉଚ୍ଚାରଣରେ କମ୍ପିଲା ମନ୍ଦିର ପରିସର। ୪୦ କ୍ୱିଣ୍ଟାଲ ଫୁଲରେ ସୁସଜ୍ଜିତ ମନ୍ଦିର, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଗଙ୍ଗୋତ୍ରୀ, ଯମୁନେତ୍ରୀ ସହ କେଦାରନାଥ ଯାତ୍ରା ଆରମ୍ଭ ହୋଇଛି। ମେ’୧୨ରୁ ବଦ୍ରିନାଥ ମନ୍ଦିର ଖୋଲିବା ନେଇ ସୂଚନା ରହିଛି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତ୍ରା କାମନା କରିଥିବା ବେଳେ ଏଥିନିମନ୍ତେ ଅଧିକାରୀ ସଦାସର୍ବଦା ପ୍ରଚେଷ୍ଟାରତ ଥିବା କହିଛନ୍ତି। ପ୍ରତି ବର୍ଷ ଏହି ଚାରି ଧାମର ଦ୍ୱାର ଅକ୍ଟୋବର- ନଭେମ୍ବରରେ ବନ୍ଦ ହେଉଥିବା ବେଳେ ଏପ୍ରିଲ- ମେ’ ମାସରେ ଖୋଲା ହୋଇଥାଏ। ଏବେଠୁ ଏହା ପ୍ରାୟ ୬ ମାସ ଖୋଲା ରହିବ। ଏହି ସମୟରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରତି ବର୍ଷ କେଦାରନାଥ ଧାମ ଆସିଥାନ୍ତି ।

Leave A Reply

Your email address will not be published.