Odisha Link
Bridging the Missing Links in Odisha

ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ଶୋ’; ୨ଟା ପରଠୁ କଡ଼ାକଡ଼ି ହେବ ଟ୍ରାଫିକ କଟକଣା

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ପୁଣି ଥରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି। ଆଜି ଭୁବନେଶ୍ବରରେ ନରେନ୍ଦ୍ର ମୋଦି ବିଶାଳ ରୋଡ୍‌ ଶୋ’ କରିବେ। ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ରୋଡ୍ ଶୋ’ କରିବେ। ତେବେ ମୋଦିଙ୍କ ରୋଡ ଶୋ’ ପାଇଁ ଜନ ସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୩ ଟେକ୍ନିକାଲ ୟୁନିଟ୍, ୧୦ ଅତିରିକ୍ତ ଡିସିପି, ୪୧ ଇନ୍ସପେକ୍ଟର, ୧୮୦ ଏସଆଇ ମୁତୟନ ରହିବେ।

ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ଆଜି ଅପରାହ୍ନ ୨ଟା ଠାରୁ ରୋଡ୍‌ ଶୋ’ ସରିବା ପର୍ଯ୍ୟନ୍ତ ଜନପଥ ଯାହାକି ମାଷ୍ଟର କ୍ୟାଣ୍ଟିନ ଠାରୁ ବାଣୀବିହାର ରାସ୍ତା ଦେଇ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ। ତେବେ ଏହି ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଆଜି ଅପରାହ୍ନ ୨ଟା ଠାରୁ ମୋଦିଙ୍କ ରୋଡ୍‌ ଶୋ’ ସରିବା ପର୍ଯ୍ୟନ୍ତ କାହାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା କରିପାରିବ ନାହିଁ। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ସଂଯୋଗ ଗଳି ରାସ୍ତା ବନ୍ଦ ରହିବ। ସେହିପରି ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ସଂଯୋଗ ଗଳି ରାସ୍ତା ମଧ୍ୟ ବନ୍ଦ ରହିବ।

Leave A Reply

Your email address will not be published.