କରୋନାରେ ଚାଲିଗଲା ଚାକିରି ଭିକ ମାଗିଲେ ୪୫୦ ଭାରତୀୟ, ସାଉଦି ପ୍ରଶାସନ କଲା ଏପରି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସାରା ବିଶ୍ବକୁ ଅତିବ୍ୟସ୍ତ କରିଛି। ମହାମାରୀ ସଂକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ବହୁ ଲୋକ ନିଜର ଚାକିରି ହରାଇ ବସିଛନ୍ତି। ସାଉଦି ଆରବରେ ୪୫୦ ଜଣ ଭାରତୀୟ ଶ୍ରମିକଙ୍କର ଚାକିରି ଚାଲିଯିବା ଫଳରେ ସେମାନେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ସାଉଦି ଆରବ ପ୍ରଶାସନ ସେମାନଙ୍କୁ ଡିଣ୍ଟେନଶନ ସେଣ୍ଟର ପଠାଇ ଦେଇଥିଲେ। ଇଂରାଜୀ ଖବର କାଗଜ ଟାଇମ୍ସ୍ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବିକ ଅଧିକାଂଶ ଶ୍ରମିକଙ୍କର ପରମିଟି ଅବଧି ଶେଷ ହୋଇ ଯାଇଥିଲା। ଯାହା ଫଳରେ ସେମାନେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥିଲେ ବୋଲି ଖବରକାଗଜରେ ପ୍ରକାଶ ପାଇଛି।
୪୫୦ ଜଣ ଭାରତୀୟ ଶ୍ରମିକ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, କଶ୍ମୀର, ବିହାର, ଦିଲ୍ଲୀ,ରାଜସ୍ଥାନ, କର୍ଣ୍ଣାଟକ, ହରିୟାଣା, ପଞ୍ଜାବ ଓ ମହାରାଷ୍ଟ୍ରର। ଏହି ଭାରତୀୟ ଶ୍ରମିକଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ସେହି ଭିଡିଓରେ କହିଥିଲେକି ତାଙ୍କର ଏକମାତ୍ର ଭୁଲ ଥିଲା ଭିକ୍ଷା ବୃତ୍ତି କରିବା। ସାଉଦିର ପ୍ରଶାସନିକ ଅଧିକାରୀ ମାନେ ତାଙ୍କୁ ଚିହ୍ନଟ କରି ଶୁମାସୀ ଡିଣ୍ଟେନସନ୍ ସେଣ୍ଟର ପଠାଯାଇଛି।
ଡିଣ୍ଟେନସନ୍ ସେଣ୍ଟରକୁ ପଠାଯାଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୩୯ ଜଣ ଉତ୍ତର ପ୍ରଦେଶର, ବିବହାରରୁ ୧୦, ତେଲେଙ୍ଗାନାରୁ ୫, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ୪ ଜଣ ଲେଖାଏଁ ଶ୍ରମିକ ରହିଛନ୍ତି। କିଛି ଶ୍ରମିକ ନିରାଶାଜନକ ସ୍ଥିତିରେ ଅଛନ୍ତି। ଜଣେ ଶ୍ରମିକ କହିଛନ୍ତି ଯେ, ଆମେ କୌଣସି ଅପରାଧ କରି ନାହୁଁ। ଆମର ଖରାପ ସ୍ଥିତି ପାଇଁ ଆମେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହେଲୁ କାରଣ ଆମେ ପାଖେ ଚାକିରି ନଥିଲା। ଏବେ ଡିଣ୍ଟେନସନ୍ ସେଣ୍ଟରରେ ଆମକୁ ବହୁତ ଅସୁବିଧା ହେଉଛି ବୋଲି ଶ୍ରମିକ ଜଣକ କହିଛନ୍ତି।