Odisha Link
Bridging the Missing Links in Odisha

ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ ନିର୍ଯାତନା ଅଭିଯୋଗ

ରାଉରକେଲା: ମହିଳା ପୁଲିସ ଇନସ୍ପେକ୍ଟରଙ୍କୁ ନିର୍ଯାତନା ଅଭିଯୋଗ। ବୀରମିତ୍ରପୁର ଥାନା ଆଇଆଇସି ନିଜ ସ୍ୱାମୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଉଦ୍ୟମ ଭଳି ଅଭିଯୋଗ କରିଛନ୍ତି ଆଇଆଇସି। ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଆଇଆଇସି। ଏନେଇ ରଘୁନାଥପାଲି ଥାନାରେ ଏତଲା ପରେ ପୁଲିସ ମାମଲା ରୁଜୁ କରିଛି। ପୁଲିସ ଦଫା ୪୯୮ ଓ ୩୦୭ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.