Odisha Link
Bridging the Missing Links in Odisha

ବରମୁଣ୍ଡା ବସଷ୍ଟାଣ୍ଡ୍ ହେବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ୍ ହେବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ବସ୍‌ ଆସି ବରମୁଣ୍ଡାରେ ରହିବ। ଏନେଇ ବିଡିଏ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇ ଆଜିଠାରୁ କାମ ଆରମ୍ଭ ହୋଇଛି। ବସ୍ ଟର୍ମିନାଲ୍‌ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଆବଶ୍ୟକ ରହିଛି। ସେଥିପାଇଁ ସରକାରୀ ସ୍ଥାନକୁ କବଜା କରିଥିବାଙ୍କୁ ଉଚ୍ଛେଦ କରାଯାଉଛି। ଉଚ୍ଛେଦ ପକ୍ରିୟା ପରେ ଉନ୍ନୟନ କାମ ଆରମ୍ଭ ହେବ।

କୌଣସି ପ୍ରତିଶ୍ରୁତି ଓ ଥଇଥାନରେ ନ କରି ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରୁଛି ଗୋପବନ୍ଧୁ କ୍ଷୁଦ୍ର ବ୍ୟବସାୟୀ ସଂଘ। ବସଷ୍ଟାଣ୍ଡରେ ଦୀର୍ଘ ୨୫ବର୍ଷ ଧରି ବ୍ୟବସାୟ କରି ଗୁଜରଣ କରୁଥିବା ପ୍ରାୟ ୧୩୦ଜଣ ବ୍ୟବସାୟୀ ଏବେ ଚିନ୍ତାରେ। ଏନେଇ ବିଡିଏ ପକ୍ଷରୁ କୁହାଯାଇଛି ଯେ, ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବିଡିଏ।

Comments are closed.