Odisha Link
Bridging the Missing Links in Odisha

ଜାମୁ କାଶ୍ମୀରରୁ ୩ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଜାମୁ କାଶ୍ମୀରରୁ ୩ ଆତଙ୍କବାଦୀ ଗିରଫ। ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପୋଲିସ ଏବଂ ସେନାର ମିଳିତ ଅପରେସନ୍ ଫଳରେ ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି।ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ନଗଦ ଟଙ୍କା ଜବତ କରାଯାଇଛି। ଏହି ତିନି ଆତଙ୍କବାଦୀ କାଶ୍ମୀର ଉପତ୍ୟକାର ପୁଲୱାମା ଏବଂ ଶୋପିଆନ୍ ବାସିନ୍ଦା ବୋଲି କୁହାଯାଉଛି।

୩ ଆତଙ୍କବାଦୀଙ୍କ ବୟସ ୧୯ରୁ ୨୫ ବର୍ଷ ମଧ୍ୟରେ ହେବ। ସେମାନଙ୍କ ନିକଟରୁ ଦୁଇଟି ଏକେ-୫୬ ରାଇଫଲ, ୬ ଏକେ ମାଗାଜିନ, ୧୮୦ ରାଉଣ୍ଡ ଗୁଳି, ଦୁଇଟି ପିସ୍ତଲ, ଚାରିଟି ଗ୍ରେନେଡ ଏବଂ ପାଖାପାଖି ନଗଦ ଏକ ଲକ୍ଷ ଟଙ୍କା ଜବତ କରିଛି। ଏହି ତିନି ଆତଙ୍କବାଦୀ ରାଜୌରୀରେ ସେନା ଏବଂ ପୋଲିସକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଥିଲେ ବୋଲି କୁହାଯାଉଛି ।

Comments are closed.