Odisha Link
Bridging the Missing Links in Odisha

କଙ୍ଗନାଙ୍କ କ୍ଷତିପୂରଣ ଦାବି ନେଇ ଜବାବ ଦେଲା ବିଏମସି

ମୁମ୍ବାଇ: କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣାକୁ ନେଇ ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି)ଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ବିଏମ୍‌ସି ତାଙ୍କ କାର୍ଯ୍ୟାଳୟକୁ ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ଦେଇଥିବା ନେଇ କଙ୍ଗନା ବମ୍ବେ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ। କଙ୍ଗନାଙ୍କ କ୍ଷତିପୂରଣ ଦାବି ଉପରେ ବମ୍ବେ ହାଇକୋର୍ଟରେ ଜବାବ ରଖିଛି ବିଏମସି।

ବିଏମସିର କହିଛି, କଙ୍ଗନାଙ୍କ କ୍ଷତିପୂରଣ ଦାବି କରିବା ଏହି ଆବେଦନ ଆଇନଗତ ପ୍ରକ୍ରିୟାର ଅପବ୍ୟବହାର ଅଟେ। ବିଏମସି ଆଫିଡେଭିଟରେ ଦର୍ଶାଇଛି ଯେ, କଙ୍ଗନା ରାଣାୱତଙ୍କ ଆବେଦନକୁ ଖାରଜ କରିବାକୁ ସହ ଏପରି ଆବେଦନ କରିଥିବା ହେତୁ ତାଙ୍କ ଉପରେ ଜରିମାନା ଲଗାଇବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏପରି ଆବେଦନକୁ ବିଚାର କରାଯିବା ଉଚିତ ନୁହେଁ ବୋଲି କହିଛି ବିଏମସି।

Comments are closed.