Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ: ବର୍ଷେ ଯାଏଁ ବିଜୁଳି ଓ ପାଣି ବିଲ୍ ଉପରେ ୫୦% ରିହାତି

ଜମ୍ମୁ: କରୋନା ମହାମାରୀ ସମୟରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଜମ୍ମୁ-କଶ୍ମୀର ପାଇଁ ଆଜି ଆର୍ଥିକ ପ୍ୟାକେଜ ଘୋଷଣା କରଯାଇଛି। ଜମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିଂହ୍ନା ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।

୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବ୍ୟବସାୟୀଙ୍କୁ ଆତ୍ମନିର୍ଭର ଭାରତ ସହ ଅନ୍ୟ ସୁବିଧା ମିଳିବ। ଏହା ବ୍ୟତୀତ ରାଜ୍ୟପାଳ ବିଜୁଳି ଓ ପାଣି ବିଲ ଉପରେ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ବର୍ଷେ ପର୍ଯ୍ୟନ୍ତ ଏହା ଉପରେ ୫୦ ପ୍ରତିଶତ ରିହାତି ଘୋଷଣା କରାଯାଇଛି।

ଉପରାଜ୍ୟପାଳ ସିହ୍ନା କହିଛନ୍ତି, ବର୍ତ୍ତମାନ ଆର୍ଥିକ ବର୍ଷରେ ଛଅ ମାସ ପାଇଁ ବିନା କୌଣସି ସର୍ତରେ କାରବାର ସମୁଦାୟର ଉଧାର ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାଞ୍ଚ ପ୍ରତିଶତ ସୁଧ ମିଳିବ।

Comments are closed.