Odisha Link
Bridging the Missing Links in Odisha

କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି ୮୦୨ କୋଟି

ଭୁବନେଶ୍ୱର: କରୋନା ମହାମାରୀ ସାରା ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ରାଜ୍ୟରେ ମଧ୍ୟ କରୋନା ସ୍ଥିତି ହେଉଛି ବେକାବୁ। ଏହି ସମୟରେ ଓଡ଼ିଶାରେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି। ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଛି। ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଲିଖିତ ଉତ୍ତର ଦେଇଛନ୍ତି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଦିଆଯାଇଥିବା ଅନୁଦାନର ତଥ୍ୟ ଦେଇଛନ୍ତି ଶ୍ରୀ ଠାକୁର।

ଓଡ଼ିଶାକୁ ୮୦୨ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ, ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି ଅନୁଦାନ ମିଳିଛି। ମହାରାଷ୍ଟ୍ର, ୟୁପି ଓ ମଧ୍ୟପ୍ରଦେଶ ପରେ ଓଡ଼ିଶାକୁ ଚତୁର୍ଥ ସର୍ବାଧିକ ଅନୁଦାନ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶକୁ ୯୬୬କୋଟି ଟଙ୍କା ମିଳିଥିବାବେଳେ ମଧ୍ୟପ୍ରଦେଶକୁ ୯୧୦ କୋଟି ମିଳିଛି। ସେହିପରି କର୍ଣ୍ଣାଟକ ୭୯୧, ରାଜସ୍ଥାନ ୭୪୦ ଓ ବିହାରକୁ ୭୦୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନାରୁ ପ୍ରକାଶ।

Comments are closed.