ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ବର: ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ। ଆଜି ସହିଦ ନଗର ପୁଲିସ ୧୩୦ ଗ୍ରାମ୍ର ବ୍ରାଉନ୍ ସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ନିଶା ଔଷଧ ବିକାଳିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ପୁରୀ ଜିଲ୍ଲାର ନିକୁଞ୍ଜ ଜଗଦେବ ଏବଂ ଧୀରେନ୍ଦ୍ର ଜୟସିଂହ।
ସୂଚନା ଅନୁସାରେ, ଏହି ବ୍ରାଉନ୍ ସୁଗାର ବାଲେଶ୍ବରରୁ ଭୁବନେଶ୍ବର ଅଣାଯାଇଥିଲା। ପୁଲିସ କହିବା ଅନୁସାରେ, ଅଭିଯୁକ୍ତମାନେ ସହରର ଯୁବଗୋଷ୍ଠୀଙ୍କୁ ଏହି ନିଶା ଔଷଧ ଯୋଗାଇ ଦିଅନ୍ତି।