Odisha Link
Bridging the Missing Links in Odisha

ଶ୍ରୀମନ୍ଦିର କବାଟ ରୁପା ଛାଉଣୀ ପ୍ରକ୍ରିୟା ଆରମ୍ଭ

ପୁରୀ: ଶ୍ରୀମନ୍ଦିରର ୩ ଦ୍ୱାରର କବାଟ ରୁପା ଛାଉଣୀ ହେବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଆଜି ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଏକ ୪ ଜଣିଆ କମିଟି ପକ୍ଷରୁ ୩ ଦ୍ୱାର କବାଟର ମାପଚୁପ କରାଯାଇଛି। ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ଉକ୍ତ କମିଟି ମାପଚୁପ କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ଦ୍ୱାରରେ ଥିବା କବାଟରେ ରୁପା ଛାଉଣୀ କରାଯିବ। ଦେହରଣ, ଜୟବିଜୟ ଓ କଳାହାଟ ଦ୍ୱାରେ ରୁପା ଲଗାଯିବ। କବାଟରେ ରୁପା ଛାଉଣି ପାଇଁ ଜଣେ ଦାତା ରୁପା ଦେଇଛନ୍ତି।

Comments are closed.