Odisha Link
Bridging the Missing Links in Odisha

୫ ଶହ ଟଙ୍କା ପାଇଁ ପିଟି ପିଟି ମାରିଦେଲେ!

ମୟୂରଭଞ୍ଜ: ୫ ଶହ ଟଙ୍କା ପାଇଁ ଜଣେ ନାବାଳକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗ୍ରାମରେ। ପଡେ଼ାଶୀ ଘରୁ ୫ ଶହ ଟଙ୍କା ଚୋରି ପାଇଁ ନାବାଳକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳକ ଚୋରି କରିଥିବା ନେଇ ତାଙ୍କୁ ପଡେ଼ାଶୀ ମହିଳା ଓ ଅନ୍ୟମାନେ ପିଟିଥିଲେ।

ତେବେ ମହିଳା ଜଣକ ନାବାଳକକୁ ପିଟିଥିବା ମାନିଥିଲେ ବି ତା’ର ମୃତୁ୍ୟ କେମିତି ହେଲା ସେ ଜାଣିନଥିବା କହିଛନ୍ତି। ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ପାରିପାଶ୍ୱକି ସ୍ଥିତିରୁ ନାବାଳକୁ ହତ୍ୟା କରାଯାଇଥିବା ସନ୍ଦେହ କରିଛି। ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ କରଞ୍ଜିଆ ପୁଲିସ ସାଇଣ୍ଟିଫିକ ଟିମ ଡାକିଥିବା ଜଣାଯାଇଛି।

Comments are closed.