Odisha Link
Bridging the Missing Links in Odisha

ହୀରାକୁଦର ୧୨ଟି ଗେଟ୍ ନେଇ ଜଳ ନିଷ୍କାସନ

ଭୁବନେଶ୍ୱର: ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦର ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ ଖୋଲାଯାଇଛି। ଏବେ ମୋଟ ୧୨ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି।

ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏବେ ଏହାର ଜଳସ୍ତର ୬୨୯.୦୮ ଫୁଟ୍ ରହିଛି। ଏବେ ମୋଟ ୧୨ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି। ଅଗଷ୍ଟ ମାସରେ ହୋଇଥିବା ବନ୍ୟା ପାଇଁ ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲାଯାଇଥିଲା। ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା।

Comments are closed.