Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ସାମାଜିକ ସଂଗଠନର ଅଭିଯାନ

ଭୁବନେଶ୍ୱର: କୋଭିଡ଼ ସମୟର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ସମସ୍ତ ପି.ଡି.ଏସ୍ ହିତାଧିକାରୀଙ୍କୁ ପ୍ରତି ମାସରେ ଏକ କିଲୋଗ୍ରାମ ଚଣା ଡାଲି ଯୋଗାଇ ଦେଉଛନ୍ତି। କିନ୍ତୁ ନଭେମ୍ବର ମାସରୁ ଏହାର ଆବଣ୍ଟନ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ଯଦିଓ ଡାଲି ବଂଟନ ଗ୍ରାମୀଣ ଓଡ଼ିଶାର ମହାମାରୀ ସଂଗ୍ରାମରେ ଏକ ପ୍ରମୂଖ ଅସ୍ତ୍ର ଭାବେ ପରିଗଣିତ ହୋଇଛି। କିନ୍ତୁ ପୁଷ୍ଟିହୀନତାର ମୁକାବିଲା ପାଇଁ ଏହା ଏକ ଫଳପ୍ରଦ ଦୀର୍ଘ ସୂତ୍ରୀ ଯୋଜନା ହେବ। ତେଣୁକରି ନାଗରିକ ସମାଜମାନଙ୍କ ପକ୍ଷରୁ ଅତି କମ୍‌ରେ ୧୨ ମାସ ମାଗଣାରେ ଏକ କିଲୋଗ୍ରାମ ଡାଲି ଯୋଗାଣ ଜାରି ରଖିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ଏବଂ ପ୍ରତି ପରିବାର ପାଇଁ କିଲୋଗ୍ରାମ ଡାଲିର ଅତିରିକ୍ତ ପରିମାଣ ପାଇଁ ୧୦ ଟଙ୍କା ପ୍ରତି କିଲୋଗ୍ରାମ ପିଛା ଏବଂ କ୍ଷୁଧା ଓ ପୁଷ୍ଟିହୀନତା ଦୂର କରିବା ପାଇଁ ପ୍ରତି ଯୋଗ୍ୟ ପରିବାର ପିଛା ୧୦ ଟଙ୍କା ଦରରେ ୧ ଲିଟର ଖାଇବା ତେଲ ସାମିଲ କରନ୍ତୁ।

କୋଭିଡ୍ ୧୯ ତାଲାବନ୍ଦୀ ପରେ, ଲୋକମାନେ ୨୦୧୯ ପରେ ମୂଲ୍ୟରେ ଏକ ପରିବର୍ତନ ଦେଖିଛନ୍ତି ଏବଂ ଡାଲିର ଅଧିକ ମୂଲ୍ୟ ପୁଷ୍ଟିକର ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇପାରେ ବୋଲି ଏନ୍‌ଜିଓ ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଏହାର ସହଯୋଗୀ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ଦାବୀ କରିଛନ୍ତି। ଡାଲିର ବ୍ୟବହାରରେ ଅଭ୍ୟାସ ଏବଂ କୋଭିଡ୍ ୧୯ ସମୟରେ ଗ୍ରାମୀଣ ଓଡ଼ିଶାର ପୁଷ୍ଟିକର ଖାଦ୍ୟ ସୁରକ୍ଷା ଉପରେ ଏହାର ପ୍ରଭାବ ସୁଦୁର ପ୍ରସାରୀ ହେବ।

ଏକ ଅନ୍ ଲାଇନ ସର୍ଭେରେ “ଡାଲି ବ୍ୟବହାର ଏବଂ ଏହାର ଓଡ଼ିଶାରେ ପୁଷ୍ଟିକର ଖାଦ୍ୟ ନିରାପତା ଉପରେ ପ୍ରଭାବ” ଶୀର୍ଷକ ୧୬ ଗୋଟି ଜିଲ୍ଲାରୁ ୧୨୦୦୦ରୁ ଅଧିକ ପରିବାର ସହିତ ୮୩ଟି ବ୍ଳକରେ ଥିବା ୩୭୧ ଗ୍ରାମ ପଂଚାୟତରେ ୪୦୫ ଟି ଗାଁକୁ ନେଇ ଡାଲି ଏବଂ ଖାଇବା ଆବଶ୍ୟକତାକୁ ଦର୍ଶାଉଛି । ଗ୍ରାମୀଣ ଓଡ଼ିଶାର ଲୋକଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ନିରାପତା ନିଶ୍ଚିତ କରିବାକୁ ଜନସାଧାରଣ ବିତରଣ ବ୍ୟବସ୍ଥାରେ ଡାଲି ସହ ତେଲ, ଆୟୋଡିନ ଯୁକ୍ତ ଲୁଣ କଥା ମଧ୍ୟ ଉଠାଇଛନ୍ତି । ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ସର୍ଭେକ୍ଷଣ କରାଯାଇଥିବା ପରିବାରଗୁଡିକର ୯୯.୯% କହିଛନ୍ତି ଯେ, ଜନସାଧାରଣ ବିତରଣ ବ୍ୟବସ୍ଥା ଅଧିନରେ ଦିଆଯାଇଥିବା ଡାଲି ସେମାନଙ୍କ ପାଇଁ ଲାଭବାନ ହେଉଛି।

ଏଥିରେ ଜୋର ଦିଆଯାଇଛି ଯେ, ଲୋକମାନେ ସେମାନଙ୍କର ବ୍ୟବହାର ଧାରାକୁ ଦେଖି ପୁଷ୍ଟିକର ସପ୍ଳିମେଂଟ ଭାବରେ ସରକାରଙ୍କ ଠାରୁ ଡାଲି ଆବଶ୍ୟକ କରନ୍ତି। ସର୍ଭେ ରିପୋର୍ଟରେ ଏହା ମଧ୍ୟ ଜଣା ପଡିଛି ଯେ, ୪୬.୬% ପରିବାରକୁ ୧ କେ.ଜି. ଡାଲି ପାଇଁ ୮୧ ଟଙ୍କା ରୁ ୧୦୦ ଟଙ୍କା ଟଙ୍କା ମଧ୍ୟରେ ଖର୍ଚ୍ଚ କରିବାକୁ ପଡିବ । ଏବଂ ପ୍ରାୟ ୨% ପରିବାର କହିଛନ୍ତି ଯେ, ୧ କେ.ଜି. ଡାଲି ପାଇଁ ସେମାନଙ୍କୁ ୧୦୦ ଟଙ୍କା ରୁ ୧୧୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ। ଡାଲିର ବର୍ଦ୍ଧିତ ମୂଲ୍ୟ ଖର୍ଚ୍ଚ ଏବଂ ବ୍ୟବହାରର ନିଷ୍ପତିକୁ ବିକୃତ କରିବ ଏବଂ ଏହା ପୁଷ୍ଟିକର ସୁରକ୍ଷା ଉପରେ ବିଶେଷ ପ୍ରବାବ ପକାଇବ।

ରାଜ୍ୟ ସରକାର ଅତିରିକ୍ତ ଭାବରେ କୋଭିଡ୍ ୧୯ ସମୟରେ ପରିବାର ପ୍ରତି ମାସରେ ୧ କିଲୋଗ୍ରାମ ଚଣାଡାଲି ଯୋଗାଉଛନ୍ତି। କିନ୍ତୁ ଅଧ୍ୟୟନ ଫଳାଫଳରୁ ଜଣା ପଡିଛି ଯେ, ୬୩% ପରିବାର ଏହି ଡାଲି ୧ ରୁ ୫ ଦିନ ମଧ୍ୟରେ ସରିଯାଉଥିବା ରିପୋର୍ଟ କରିଥିବା ବେଳେ ୨୭% ପରିବାର ୬ ରୁ ୧୦ ଦିନ ଯାଏ ବୋଲି କହିଛନ୍ତି। ୭୬.୪୫% ପରିବାର ରିପୋର୍ଟ କରିଛନ୍ତି ଯେ, ସେମାନେ କେବଳ ଗୋଟିଏ ଭୋଜନ ପାଇଁ ଡାଲି ଖାଉଛନ୍ତି। ଡାଲି ବ୍ୟବହାର ମଧ୍ୟ ଏହାର ଉପଲ୨ତା ଏବଂ ସୁଲଭତା ଉପରେ ନିର୍ଭର କରେ।

ଅଧ୍ୟୟନରେ ୯୦% ପରିବାର କହିଛନ୍ତିଯେ, ଯଦି ସେମାନଙ୍କ ପାଇଁ ଏହା ସବୁବେଳେ ସମ୍ଭବ ହୋଇପାରିବ ତେବେ ଡାଲି ବ୍ୟବହାରରେ ବୃଦ୍ଧି ଘଟିବ । ସେମାନଙ୍କ ଅଞ୍ଚଳରେ ଡାଲିର ଉପଲ୨ତା ପରିବାର ମଧ୍ୟରେ ବ୍ୟବହାର ପଦ୍ଧତିକୁ ମଧ୍ୟ ପ୍ରଭାବିତ କରିଛି । ୯୨% ପରିବାର ନିଜ ଅଞ୍ଚଳରେ ଅର୍ଥାତ୍ ନିଜ ଗ୍ରାମରେ କିମ୍ବା ସ୍ଥାନୀୟ ବଜାରରେ ଡାଲି ଉପଲ୨ତା ବିଷୟରେ ରିପୋର୍ଟ କରିଥିବା ବେଳେ ୮% ପରିବାରକୁ ଡାଲି କିଣିବା ପାଇଁ ଦୀର୍ଘ ସମୟ ଯାତ୍ରା କରିବାକୁ ପଡ଼ିବ।

ଏହି ସଙ୍ଗଠନ ଗୁଡିକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ପୁଷ୍ଟିକର ଖାଦ୍ୟ ନିରାପତା ସୁନିଶ୍ଚିତ କରିବା ସହିତ “କୁପୋଷଣ ଯଦି ଦୁର, ଡାଲି ତେଲ, ଲୁଣ ନିଶ୍ଚିତ କର” ଡାଲି ତେଲ, ଲୁଣ ନିଶ୍ଚିତ କର” ଶିର୍ଷକ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଗତ ଆଠ ବର୍ଷ ଧରି ଆମର ସହଯୋଗୀ ମାନଙ୍କ ସହ ମିଶି ଆମେ ଓଡିଶାରେ ଖାଦ୍ୟ ଏବଂ ପୁଷ୍ଟିର ସୁରକ୍ଷା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛୁ । ଏବଂ ପ୍ରାୟ ଏକ ଲକ୍ଷ ପରିବାର ପି.ଡି.ଏସ୍ ବ୍ୟବସ୍ଥାରେ ଅନ୍ତଭୁକ୍ତ ହୋଇଛନ୍ତି। ତଥାପି ପି.ଡି.ଏସ୍‌ ହିତାଧିକାରୀଙ୍କ ପାଇଁ ଡାଲି ଏବଂ ଖାଇବା ତେଲର ଅନ୍ତର୍ଭୁକ୍ତ ଦାବୀ ଏ ପର୍ଯ୍ୟନ୍ତ ପୁରଣ ହୋଇପାରି ନାହିଁ। ଯେହେତୁ ଆତ୍ମଶକ୍ତି ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ରୁଚି କାଶ୍ୟପ କୁହନ୍ତି ଏହି ଆଦିବାସୀ ଅଂଚଳରେ ରାଜ୍ୟର ପୁଷ୍ଟିହୀନତାର ସୋôତ ୫୦% ହୋଇ ଥିବାରୁ ଡାଲି ଅନ୍ତଭୁକ୍ତ ହେବା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅଟେ? ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବାଳୟ ଦ୍ୱାରା ଘୋଷିତ ସଶକ୍ତୀକରଣ ଆକ୍ସନ ଗୃପ୍ ରାଜ୍ୟ ମଧ୍ୟରୁ ଅନ୍ୟତମ। ଯଦିଓ

ରାଜ୍ୟରେ ୫ ବର୍ଷରୁ କମ୍ ପୁଷ୍ଟିହୀନ ଶିଶୁଙ୍କ ଅନୁପାତରେ ୪୦.୭%ରୁ ୩୪.୪% କୁ ହ୍ରାସ ପାଇଛି ତଥାପି ଆଦିବାସୀ ସମ୍ପ୍ରଦାୟ ଅଧିକ କ୍ଷତି ସହୁଛନ୍ତି। ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ଅଞ୍ଚଳରେ ପ୍ରାୟ ୫୦% ରୁ କମ୍ ପିଲାଙ୍କର ଓଜନ କମ୍‌ ଏବଂ ୪୬% ରୋଗିଣା ଅଛନ୍ତି। ପୁଷ୍ଟିହୀନତା କ୍ଷେତ୍ରରେ ମଧ୍ୟ ରାଜ୍ୟ ମଧ୍ୟରେ ଏକ ପାର୍ଥକ୍ୟ ଦେଖା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ମାଲକାନାଗିରି ଜିଲ୍ଲାରେ ପୁଷ୍ଟିହୀନତା ୫୧.୮% ଥିବାବେଳେ ଅନ୍ୟ ଜିଲ୍ଲାମାନେ ସେମାନଙ୍କ ପ୍ରଦର୍ଶନରେ ରାଜ୍ୟ ହାରଠାରୁ ବହୁ ପଛରେ ଅଛନ୍ତି। ଆମ ଦେଶରେ ସ୍ୱତବ ପୁଷ୍ଟିକର ବଜେଟ୍ ପ୍ରଣୟନ କରିବାକୁ ଓଡିଶା ସରକାରଙ୍କୁ ଆମେ ପ୍ରଶଂସା କରୁଛୁ ଏବଂ ଏହା ରାଜ୍ୟରେ ପୁଷ୍ଟିହୀନତା ବିରୋଧରେ ଲଢେଇ ପାଇଁ ଏକ ପଦକ୍ଷେପ। ଆମେ ଅନୁରୋଧ କରୁଛୁ ଯେ, ସରକାର ଆମର ଚାହିଦାକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ ଏବଂ ଏଥିରେ ଡାଲି, ଖାଇବା ତେଲ, ଆୟୋଡିନ୍ ଯୁକ୍ତ ଲୁଣ ମିଶାଇବା ଉଚିତ୍ ।

Comments are closed.