Odisha Link
Bridging the Missing Links in Odisha

ଗ୍ୟାସ କଟରରେ ଏଟିଏମ୍‌ କାଟି ଲୁଟ୍

ଭୁବନେଶ୍ବର :ଭୁବନେଶ୍ବରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି । ଲୁଟେରା ଗ୍ୟାସ୍ କଟର ସହାୟତାରେ ଏଟିଏମ ସଟର କାଟି ଟଙ୍କା ଲୁଟ୍ କରିଛନ୍ତି।

ଗତକାଲି ବିଲମ୍ୱିତ ରାତିରେ ପଟିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି।

ସୂଚନା ଅନୁସାରେ ,ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟରରେ କାଟି ଏଟିଏମ୍‌ ରୁ ୨୮ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

ଏ ନେଇ ଏଟିଏମ୍‌ ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି।

ଏହା ପୂର୍ବରୁ ବରିମୁଣ୍ଡରୁ ମଧ୍ୟ ନକଲି ବନ୍ଧୁକ ଦେଖାଇ ଏକ ବ୍ୟାଙ୍କ ଲୁଟ୍ ହୋଇଥିଲା। ରାଜଧାନୀରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା କମିଶନରେଟ ପୁଲିସ ଲୋଟେରାଙ୍କ ପାଖରେ ପହଞ୍ଚି ପାରୁନାହିଁ।

ପୁଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଦତନ୍ତ ଆରମ୍ଭ କରୁଛି। ଏନେଇ ଇନଫୋସିଟି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୂର୍ବରୁ ମଧ୍ୟ ସମ୍ପୃକ୍ତ ଏଟିଏମରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା।

Comments are closed.