Odisha Link
Bridging the Missing Links in Odisha

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମହିଳା

କଟକ:ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ମହିଳା ଜଣକ ଭଲରେ ଉଠିବସି ପାରୁନଥିଲେ କି ଚାଲି ମଧ୍ୟ ପାରୁନଥିଲେ। ତାଙ୍କୁ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ସୁବିଧା ମିଳିନଥିଲା ସେରିପାଇଁ ପତ୍ନୀଙ୍କୁ ଟ୍ରଲିରେ ଆଣି ଥିଲେ।

ସମ୍ପୃକ୍ତ ମହିଳାଙ୍କ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । ତାଙ୍କର ମୃତୁ୍ୟ ନେଇ ଏସସିବି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାଶବିଦ୍ୟାଧରପୁର ପଞ୍ଚାୟତ ଅଞ୍ଚଳର କବୀର ଭୋଇଙ୍କ ପତ୍ନୀ ସୁକାନ୍ତି ଭୋଇ(୫୫) ପେଟ ରୋଗ ଭୋଗୁଥିଲେ । ଅର୍ଥାଭାବରୁ ଭଡ଼ା ଗାଡ଼ିରେ ଆଣିବାକୁ ଅକ୍ଷମ କବୀର ତାଙ୍କୁ ଟ୍ରଲିରେ କଟକ ବଡ଼ମେଡିକାଲକୁ ଆଣିଥିଲେ ।

ଓଏମପି ଛକରେ ତାଙ୍କୁ କିଛି ସ୍ୱେଚ୍ଛାସେବୀ ସହାୟତାର ହାତ ବଢାଇଥିଲେ । ଅସୁସ୍ଥ ସୁକାନ୍ତି ଭୋଇଙ୍କୁ କିଛି ସ୍ୱେଚ୍ଛାସେବୀ ଏସସିବିରେ ଭର୍ତ୍ତି କରାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ପରେ ତାଙ୍କ ସ୍ୱାମୀ କବୀର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

ଟ୍ରଲିରେ ନଆଣି ଆମ୍ବୁଲାନ୍ସରେ ଆସିଥିଲେ ହୁଏତ ତାଙ୍କ ପତ୍ନୀ ବଞ୍ଚି ଯାଇପାରିଥାନ୍ତେ ବୋଲି କବୀର କହିଛନ୍ତି ।

Comments are closed.