Odisha Link
Bridging the Missing Links in Odisha

ଏଏସଆଇ ଦ୍ବାରା ବାଇଶି ପାହାଚ ଯାଞ୍ଚ

ପୁରୀ: ଆଜି ଶ୍ରୀମନ୍ଦିର ବାଇଶି ପାହାଚକୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚର ଦୁର୍ବଳ ପଥର ଓ ଯୋଡେ଼ଇ ଆଦିକୁ ଯାଞ୍ଚ କରାଯାଇଛି। ଏଥିସହ ମହାଲକ୍ଷ୍ମୀ ମନ୍ଦିରରେ ପାଣି ଗଳୁଥିବା ବିମ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଏଏସଆଇର ଯାଞ୍ଚ ପରେ ଏ ସମ୍ପର୍କିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦେବା ପରେ ଖୁବ ଶୀଘ୍ର ମରାମତି ହେବା ନେଇ ସମ୍ଭାବନା ରହିଛି।

ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଅନୁଧ୍ୟାନ କରିବା ବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରିଛନ୍ତି। ବାଇଶି ପାହାଚର ମରାମତି କରାଯିବାବେଳେ ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥରକୁ ପରିବର୍ତ୍ତନ କରାଯିବାକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିରର ବାଇଶି ପାହାଚର ମରାମତି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗର ଟିମ୍ ଦ୍ୱାରା ବାଇଶି ପାହାଚର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଛି।

Comments are closed.