Odisha Link
Bridging the Missing Links in Odisha

ଆରପାରିରେ ବଲିଉଡ୍‌ ଅଭିନେତା ଫରାଜ ଖାନ୍‌

ମୁମ୍ବାଇ: ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଆଜି ୯୦ ଦଶକର ବଲିଉଡ୍‌ ଅଭିନେତା ଫରାଜ ଖାନଙ୍କର ଦେହାନ୍ତ ଘଟିଛି। ପୂର୍ବରୁ ସେ ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିଲେ। ମୃତ୍ୟୁ ସମୟରେ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା।

ଫରାଜ ଖାନଙ୍କ ମୃତ୍ୟୁ ଖବରକୁ ଅଭିନେତ୍ରୀ ପୂଜା ଭଟ୍ଟ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ଫରାଜ ବେଙ୍ଗାଲୁରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ଟ୍ବିଟର୍‌ରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

ପୂଜା ନିଜ ଟ୍ବିଟର୍‌ ରେ ଲେଖିଛନ୍ତି,ଫରାଜ ଖାନ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଫରାଜ ଖାନଙ୍କ ଶୂନ୍ୟସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ସେ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

ଫରାଜ ‘ଫରେବ’ , ‘ମେହେନ୍ଦୀ’, ଦୁଲହନ ବନୁ ମେ ତେରୀ ଭଳି ଅନେକ ସିନେମାରେ ଅଭିନୟକରି ଦର୍ଶକଙ୍କର ମନ କିଣି ପାରିଥିଲେ ।

Comments are closed.