ପାଇପ ମିସ୍ତ୍ରିଙ୍କ ନାଁରେ ଜିଏସଟି ଠକେଇ

ଭୁବନେଶ୍ୱର: ରାଉରକେଲାରେ ଏକ ରୋମାଞ୍ଚକର ଘଟଣା ଘଟିଛି। ଜଣେ ପାଇପ ମିସ୍ତ୍ରିଙ୍କ ନାଁରେ ୭୦ କୋଟି ଜିଏସଟି ଠକେଇର ଅଭିଯୋଗ କରାଯାଇଛି।
ସୂଚନା ଅନୁସାରେ, ରାଉରକେଲାର ବାସନ୍ତୀ କଲୋନୀ ଅଞ୍ଚଳର ପାଇପ ମିସ୍ତ୍ରି ଜମୀର ଜୋଜୋଙ୍କ ନାମରେ ଜିଏସଟି ଠକେଇ ନେଇ ଅଭିଯୋଗ ଆସିଛି। ୭୦ କୋଟିର ଜିଏସଟି ଫାଙ୍କିବା ନେଇ ତାଙ୍କ ପାଖକୁ ନୋଟିସ ବି ଯାଇଛି ।
ଆଉ ଏହି ନୋଟିସ ପାଇବା ପରେ ସମୀର ଅଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଠକେଇ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି । ତାଙ୍କ ନାମରେ କେହି ଫେକ କମ୍ପାନୀ ଖୋଲି ଠକିଥିବା ସମୀର ଅଭିଯୋଗ କରିଛନ୍ତି।