Odisha Link
Bridging the Missing Links in Odisha

ଜଙ୍ଗଲ ବଏଙ୍କ ନାଁରେ ବନ୍ୟପ୍ରାଣୀ ଶିକାର ଅଭିଯୋଗ

ମାଲକାନଗିରି: ପେଶାରେ ସିଏ ଇଂଜିନିୟର ମାତ୍ର ନିଶାରେ ସେ ଜଙ୍ଗଲ ବଏ। ସେ ହେଉଛନ୍ତି ମାଲକାନଗିରି ଏମଭି ୭୯ ଗାଁ ର ଜଙ୍ଗଲ ବଏ ରାଜେଶ କୁମାର ମଣ୍ଡଳ। ରାଜେଶଙ୍କ ବିରୋଧରେ ବନ୍ୟପ୍ରାଣୀ ଶିକାର ଅଭିଯୋଗ କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଦାବି କରିଛନ୍ତି। ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ବନ୍ୟ ପ୍ରାଣୀ ଶିକାର ପାଇଁ ରାଜେଶ ପ୍ରୋତ୍ସାହିତ କରୁଛନ୍ତି। ତେଣୁ ରାଜେଶ ଏବଂ ତାଙ୍କ କ୍ୟାମେରା କ୍ରିଉଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏନେଇ ଶୁଭେନ୍ଦୁ ମଲ୍ଲିକ ଚିଫ ୱାଇଲ୍ଡ ଲାଇଫ ୱାର୍ଡେନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଜଙ୍ଗଲ ବଏ ରାଜେଶ କୁମାର ମଣ୍ଡଳ ମେନ୍ ଭର୍ସେସ ୱାଇଲ୍ଡ କାର୍ୟ୍ୟକ୍ରମରେ ବ୍ରିଟିଶ ଅଭିନେତା ବିୟର ଗ୍ରିଲ୍ସଙ୍କ ଦ୍ୱାରା ଅନୁପ୍ରାଣିତ ଚାକିରିକୁ ହାତ ଛଡା କରି ଏବେ ଜଙ୍ଗଲରୁ ଜଙ୍ଗଲ ବୁଲୁଛନ୍ତି। କେତେ ବେଳେ ପାହାଡ ଉପରେ ୩ ଦିନ ଧରି ରାତ୍ରୀ ଯାପନ ତ ଆଉ କେତେ ବେଳେ ପାହାଡରୁ ପାହାଡ ବନ୍ୟ ଜନ୍ତୁଙ୍କ ଅନୁସନ୍ଧାନ କରୁଛନ୍ତି।

ରାଜେଶ ନଇ ନାଳରେ ବୁଲି ସାପ, ବେଙ୍ଗ ଧରିବା ସତେ ଯେମିତି ରାଜେଶଙ୍କ ନିଶା ପାଲଟି ଯାଇଛି। ଟେଲିଭିଜନ ଚ୍ୟାନେଲଗୁଡିକରେ ବିଭିନ୍ନ କାର୍ୟ୍ୟକ୍ରମରୁ ଅନୁପ୍ରାଣିତ ହୋଇ ରାଜେଶ ଗତ ତିନି ବର୍ଷ ଧରି ଏପରି କାର୍ୟ୍ୟକ୍ରମ ଜାରି ରଖିଛନ୍ତି। ଆଉ ଗବେଷଣା ଜାରି ରଖିବାକୁ ଟ୍ରିପ୍ ଦ୍ ୱାଇଲ୍ଡ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ କରିଛନ୍ତି।

Comments are closed.