Odisha Link
Bridging the Missing Links in Odisha

ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ: ବିଏମସି କମିସନର

ଭୁବନେଶ୍ବର: ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଶ୍ରୀ ଚୌଧୁରୀ କହିଛନ୍ତି, ରାଜଧାନୀ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ।। ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି। ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି। ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି, ତେଣୁ ଏବେ ରାଜଧାନୀରେ ମନ୍ଦିର ଖୋଲିବା ଆଶା କ୍ଷୀଣ। ସ୍ଥିତିର ସମୀକ୍ଷା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି।

ଆଜି ସକାଳେ ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଘଂଟ ବାଡ଼େଇ ଶଙ୍ଖ ଫୁଙ୍କି ମନ୍ଦିର ଖୋଲିବା ନେଇ ଆନ୍ଦୋଳନ କରାଯାଇଛି। ସାମାଜିକ ଦ୍ୱରତା ଓ ମାସ୍କ ପିନ୍ଧି ଆନ୍ଦୋଳନରେ ଯୋଗ ଦେଇଛନ୍ତି ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତ ଓ ପୂଜକ। ଓଡ଼ିଶାରେ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବା ଦାବି ରଖିଛନ୍ତି ଓଡ଼ିଶା ସେବାୟତ ସଂଘ।

ପ୍ରଶାସନର ଅବହେଳାକୁ ନେଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ୫ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି। ଚଳିତ ଅନଲକ୍ ପର୍ଯ୍ୟାୟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ସ‌ଂକେତ ଦେଇଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ଦାୟିତ୍ବ ସ୍ଥାନୀୟ ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ମନ୍ଦିର ନ ଖୋଲିବାରୁ ପ୍ରତିବାଦ କରିଛନ୍ତି ସେବାୟତ ସଂଘ।

Comments are closed.