Odisha Link
Bridging the Missing Links in Odisha

ଗ୍ଲାସ ପେଟିରେ ଚାପି ହୋଇ ଶ୍ରମିକ ମୃତ

ଚୌଦ୍ବାର: ଗ୍ଲାସ ପେଟି ପଡି ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣାଟି ଜଗତପୁର ନୂତନ ଶିଳ୍ପାଞ୍ଚଳ ସ୍ଥିତ ଜେବିବିଏସ କାଚ କମ୍ପାନୀରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ରବୀନ୍ଦ୍ର ମହାନ୍ତି।

ସୂଚନା ଅନୁସାରେ,ଗତ ଗୁରୁବାର ବିଳମ୍ବିତ ରାତିରେ ରବୀନ୍ଦ୍ର ଟ୍ରକରୁ ଗ୍ଲାସ୍ ପେଟି ଅନଲୋଡ଼ କରୁଥିବା ବେଳେ ଗ୍ଲାସ ପେଟି ପଡି ଚାପି ହୋଇଯାଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ପଡିରହିଥିଲେ।

ସଂଗେ ସଂଗେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ତାଙ୍କୁ କଟକ ବଡ ମେଡିକାଲକୁ ନେଇଯାଇଥିଲେ। ସେଠାରେ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବିଳମ୍ବିତ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଟକ ବଡ ମେଡିକାଲରେ ସବ ବ୍ୟବଚ୍ଛେଦ ପରେ ସନ୍ଧ୍ୟା ସମୟରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ କମ୍ପାନୀ ସମ୍ମୁଖରେ ଶବ ରଖି କ୍ଷତିପୂରଣ ପାଇଁ ଅଡି ବସିଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହିତ କମ୍ପାନୀ ମାଲିକ ଓ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା କରିଥିଲା।

Comments are closed.