Odisha Link
Bridging the Missing Links in Odisha

ଏଣିକି ହ୍ୱାଟ୍ସଆପରେ ପଠାଇ ହେବ ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ହ୍ୱାଟ୍ସ ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଗୁଗୁଲ୍ ପେ ଓ ଫୋନ୍ ପେ ଭଳି ହ୍ୱାଟ୍ସଆପରେ ମଧ୍ୟ ପଠାଇହେବ ଟଙ୍କା।। ଏ ନେଇ ଭାରତୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ଫେସ୍ବୁକ୍ ଗ୍ରୁପ୍ର ସିଇଓ ମାର୍କ ଜୁକରବର୍ଗ ସୂଚନା ଏନେଇ ସୂଚନା ଦେଇଛନ୍ତି।

ପ୍ରଥମେ ଭାରତର ଦଶଟି ଆଞ୍ଚଳିକ ଭାଷାରେ ହ୍ବାଟସଆପ ଆପ୍ ପେମେଣ୍ଟ ଉପଲବ୍ଧ ହେବ। ଯଦି ଆପଣଙ୍କର ହ୍ବାଟସଆପ ଆପ୍ ପୂର୍ବରୁ ଏକ ପେମେଣ୍ଟ ବିକଳ୍ପ ଅଛି, ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ। ନଚେତ ଆପଣ ହ୍ବାଟସଆପ ଆପ୍ ଅପଡେଟ୍ କରି ପେମେଣ୍ଟ ବିକଳ୍ପ ପାଇ ପାରିବେ। ହ୍ବାଟସଆପ ଆପ୍ ପେମେଣ୍ଟ ବ୍ୟବହାର କରିବା ପାଇଁ ଗ୍ରାହକଙ୍କ ପାଖରେ ଏକ ଡେବିଟ୍ କାର୍ଡ ରହିବା ଆବଶ୍ୟକ, ଯାହାକି ୟୁପିଆଇକୁ ସମର୍ଥନ କରୁଥିବ।

ଭାରତରେ ବର୍ତ୍ତମାନ ୪୦ କୋଟିରୁ ଅଧିକ ହ୍ୱାଟ୍ସଆପ୍ ବ୍ୟବହାରକାରୀ ଅଛନ୍ତି। ତେଣୁ ଏହି ସୁବିଧା ଦ୍ୱାରା କୋଟି କୋଟି ଲୋକମାନେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି। ହ୍ୱାଟ୍ସଆପରେ ମେସେଜ ପଠାଇବା ଯେତିକି ସହଜ, ଟଙ୍କା ପଠାଇବା ମଧ୍ୟ ସେତିକି ସହଜ ହେବ ବୋଲି କୁହାଯାଇଛି।

କେମିତି କରିବେ ହ୍ୱାଟ୍ସଆପରେ ଟଙ୍କା ନେଣଦେଣ?

ପ୍ରଥମେ ଆପଣଙ୍କ ହ୍ୱାଟ୍ସଆପ ଚାଟକୁ ଯାଆନ୍ତୁ। ଡାହାଣ ପାର୍ଶ୍ୱର ଉପରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ। ସେଠାରେ ଆପଣଙ୍କୁ ପେମେଣ୍ଟ ଅପସନ ଦେଖିବାକୁ ମିଳିବ। ସେଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ବିଭିନ୍ନ ବ୍ୟାଙ୍କର ଅପସନ ଦେଖିବାକୁ ମିଳିବ। ସେଠାରେ ବ୍ୟାଙ୍କକୁ ବାଛିବା ପରେ ଆପଣଙ୍କ ମୋବାଇଲ୍ ନମ୍ବର ଭେରିଫିକେସନ କରିବାକୁ ପଡ଼ିବ।

ମୋବାଇଲ୍ ନମ୍ବର ଭେରିଫିକେସନ ହେବା ପରେ ଆପଣଙ୍କୁ ନିଜର ବ୍ୟାଙ୍କ ଆକାଉଣ୍ଟକୁ ହ୍ୱାଟ୍ସଆପ ସହ ଯୋଡ଼ିବାକୁ ପଡ଼ିବ। ହ୍ୱାଟ୍ସଆପରେ ପେମେଣ୍ଟ ଅପସନ୍ ଆରମ୍ଭ ହେବାପରେ ଆପଣ ଏହା ସାହାଯ୍ୟରେ ଟଙ୍କା ଦେଣନେଣ କରିପାରିବେ।

Comments are closed.