Odisha Link
Bridging the Missing Links in Odisha

ପାରିବାରିକ ଗଣ୍ଡଗୋଳ, ୫ ଗୁରୁତର ଆହାତ

ଭଞ୍ଜନଗର: ଶୁକ୍ରବାର ସନ୍ଧ୍ୟାରେ ପାରିବାରିକ ଜମିବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗୋପାଳପୁର ଶାସନ ଗ୍ରାମରେ ହୋଇଛି। ସମସ୍ତ ଆହତଙ୍କୁ ପରିବାରର ସମ୍ପର୍କୀୟମାନେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଉକ୍ତ ଗ୍ରାମର ଧନୁ ଅଧିକାରୀ ଓ ଉତ୍ତମ ଅଧିକାରୀ ସମ୍ପର୍କରେ ଦୁଇ ଭାଇ । ଉଭୟଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମି ବିବାଦ ଲାଗିରହିଥିଲା।

ଶୁକ୍ରବାର ଉତ୍ତମର ଦୁଇ ପୁଅ ବଳରାମ ଓ କାଳିଆ ପାରିବାରିକ ଜମିକୁ ସଫା କରିବାକୁ ଯାଇଥିଲେ । ଏକଥା ଶୁଣି ଧନୁର ତିନି ପୁଅ ଭଜରାମ, ଘନଶ୍ୟାମ, ଦୁଖୀଶ୍ୟାମ ଜମି ନିକଟକୁ ଯାଇ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହାପରେ କଥା କଟାକଟି ଉଗ୍ର ରୂପ ଧାରଣ କରିବା ସହ ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଗୋଟିଏ ପରିବାରର ଧନୁ ଓ ତାଙ୍କ ପୁଅ ଭଜରାମ,ଘାନଶ୍ୟାମ,ଦୁଖୀଶ୍ୟାମ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟପଟେ ଉତ୍ତମ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଘାନଶ୍ୟାମଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ସୋରଡା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି । ଖବର ପାଇ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଏସଆଇ ସୁନୀଲ କଣ୍ଡୋଗୋରୀ ଓ ପୁଲିସ ବାହିନୀ ଉଭୟ ମେଡିକାଲ ଓ ଗାଁରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.