Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଖଜୁରିଆକଟା: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ସର୍ପା ଛକରେ ଆଜି ସକାଳ ୮ଟା ଘଟିଥିଲା।

ଏକ ବାଇକ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଏହି ଦୁର୍ଘଟଣା ହୋଇଥିଲା। ଫଳରେ ବାଇକ ଆରୋହୀ ଜଣକ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ଯୁବକଙ୍କ ଘର ହିନ୍ଦୋଳ ଥାନା ଅନ୍ତର୍ଗତ ନୂଆବଗ ଗ୍ରାମରେ। ତାଙ୍କ ନାମ ଲିପୁ ଦେହୁରୀ। ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.