Odisha Link
Bridging the Missing Links in Odisha

ଧୋନୀଙ୍କୁ ନେଇ ବଡ଼ ବୟାନ ଦେଲେ ଶ୍ରୀନିବାସନ୍, କହିଲେ ଏହି କଥାା

ଚେନ୍ନାଇ: ଶେଷ ପର୍ଯ୍ୟାୟରେ ୨୦୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍। ହେଲେ ଚଳିତ୍‌ ବର୍ଷ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏପରିକି ପ୍ରଥମ ଥର ପାଇଁ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ସିଏସ୍‌କେର ଖରାପ ପ୍ରଦର୍ଶନ ଓ ଧୋନୀଙ୍କ ବ୍ୟକ୍ତିଗତ ଖରାପ ପଦର୍ଶନ ପାଇଁ ତାଙ୍କୁ ବହୁ ସମାଲୋଚନର ଶିକାର ହେବାକୁ ପଡ଼ିଛି। ଏପରିକି ଧୋନୀ ଅଧିନାୟକ ପଦରୁ କାଢ଼ି ଦିଆଯାଉ ଆଦି ଅନେକ କଥା କ୍ରିକେଟ ପ୍ରେମୀ ମାନେ କହିଛନ୍ତି। ହେଲେ ଏସବୁ ମଧ୍ୟରେ ସିଏସ୍‌କେର ମାଲିକ ଧୋନୀଙ୍କ ନେଇ ଦେଇଛନ୍ତି ବଡ଼ ବୟାନ।

ଚେନ୍ନାଇ ସୁପର କିଙ୍ଗସ୍‌ର ମାଲିକ ଏନ୍‌ ଶ୍ରୀନିବାସନ୍‌ କହିଛନ୍ତିଯେ, ଆଇପିଏଲର ଆଗାମୀ ସଂସ୍କରଣରେ ଅର୍ଥାତ୍‌ ୨୦୨୧ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ହିଁ ସିଏସ୍‌କେର ଅଧିନାୟକ ରହିବେ। ସେ କ’ଣ ମୁଁ ଭଲ ଭାବେ ଜାଣିଛି। ସେ ମୋତେ ସବୁ କଥା କହିଛନ୍ତି ବୋଲି ଶ୍ରିନିବାସନ୍‌ କହିଛନ୍ତି।

ସୂଚନାଥାଉକି, ସିଏସ୍‌କେ ଚଳିତ ସିଜନରେ ୧୪ଟି ମ୍ୟାଚ୍‌ରୁ ମାତ୍ର ୬ଟିରେ ବିଜୟୀ ହୋଇଥିଲା। ୧୨ ପଏଣ୍ଟ ସହ ଦଳ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ହେଲେ ଶେଷ ୩ଟି ମ୍ୟାଚ୍‌ରେ ସିଏସ୍‌କେ ଅତି ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌ ବିଜୟୀ ହୋଇଥିଲା। ଧୋନୀ ମଧ୍ୟ ଆଗାମୀ ସିଜନ ଖେଳିବେ ବୋଲି ପୂର୍ବରୁ କହି ସାରିଛନ୍ତି। ଧୋନୀ ଏହି ସିଜନରେ ୧୪ଟି ମ୍ୟାଚ୍‌ ଖେଳି ୨୦୦ ରନ୍‌ ସଂଗ୍ରହ କରିଥିଲେ। ଅପରାଜିତ ୪୭ ତାଙ୍କର ସର୍ବାଧିକ ସ୍କୋର ରହିଥିଲା।

Comments are closed.