ପକ୍ଷୀ ଚୋରା ଚାଲଣ, ୨ ଗିରଫ

କଟକ: ବାଦାମବାଡ଼ି ଥାନା ପୁଲିସ ଶତାଧିକ ଠେକୁଆ, ମୂଷା, ଶୁଆ, ପାରା ଓ ଅନ୍ୟାନ୍ୟ ପ୍ରଜାତିର ଛୋଟ ଛୋଟ ପକ୍ଷୀଙ୍କୁ ଉଦ୍ଧାର କରିଛି। ଏକ ଘରୋଇ ବସ ଯୋଗେ ଏହି ପକ୍ଷୀ ଚୋରା ଚାଲାଣ କରାଯାଉଥିଲା। କଲିକତାରୁ ମହାଲକ୍ଷ୍ମୀ ବସ ଯୋଗେ କଟକ ଆସିଥିବା ଶତାଧିକ ପକ୍ଷୀଙ୍କୁ ଉଦ୍ଧାର କରି ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ।
ସୂଚନା ଅନୁସାରେ , କଟକ ବାଦାମବାଡ଼ିଠାରେ ଏକ ଘରୋଇ ବସ ମହାଲକ୍ଷ୍ମୀ ଯୋଗେ ପକ୍ଷୀ ଚୋରା ଚାଲାଣ ହୋଇ କଲିକତାରୁ କଟକ ଆସିଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ବାଦାମବାଡ଼ି ପୁଲିସ ଶତାଧିକ ପକ୍ଷୀଙ୍କୁ ଉଦ୍ଧାର କରିଛି। ଉକ୍ତ ବସ ସହ ଦୁଇ ଜଣଙ୍କୁ ଅଟକ ରଖିଥିବାବେଳେ ଘଟଣା ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ କୌଣସି ପତ୍ତା ମିଳି ପାରିନଥିବା ସୂଚନା ମିଳିଛି।