Odisha Link
Bridging the Missing Links in Odisha

ମୁମୂର୍ଷୁ ଅବସ୍ଥାରେ ମାଈ ହାତୀ ଉଦ୍ଧାର

ପାଳଲହଡା: ଆଜି ସକାଳୁ ନାଳିରୁ ଏକ ମାଈ ହାତୀ ଉଦ୍ଧାର କରାଯାଇଛି। ଏହି ଘଟଣାଟି ଦେବଗଡ଼ ବନଖଣ୍ଡ ପାଳଲହଡ଼ା ବ୍ଲକ ଖମାର ରେଞ୍ଜ ଅଧିନ ସହର ଗୁରୁଜାଙ୍ଗ ବିଟ କରଡ଼ାପାଳ ପଞ୍ଚାୟତ ଗୁରୁଣ୍ଡିଆ ଘଟିଛି।

ଖମାର ରେଞ୍ଜର ଏ.ସି.ଏଫ ସଦଳ ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ପାଳଲହଡା ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ହାତୀ ଦେହରେ ସାଲାଇନ, ଆଣ୍ଟି ବାଟିକ ଇଂଜେକସନ ଦେଇ ଚିକିତ୍ସା କରୁଥିବା ବେକେ ଦିନ ୧୨ ଟା ସମୟରେ ମାଈ ହାତୀର ମୃତ୍ୟୁ ଘଟିଛି।

ଡାକ୍ତର ଙ୍କ କହିବା ଅନୁଯାୟୀ ହାତୀଟି କିଛିଦିନ ହେବ ରୋଗରେ ଆକ୍ରାନ୍ତ ହୋଇ କିଛୁ ଖାଇ ପାରୁନଥିଲା। ଦୁର୍ବଳ ହୋଇ ପଡିଯାଇଥିଲା। ହାତୀର ମଳ ମୂତ୍ର ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏସିଏଫ ଫିଟର ଟିଗା କହିଛନ୍ତି। ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣା ଯାଇଛି। ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.