Odisha Link
Bridging the Missing Links in Odisha

ନିଖୋଜ ଥିବା କଲେଜ ଛାତ୍ରଙ୍କର ମୃତ ଦେହ ଉଦ୍ଧାର

କାଲିମେଳା: ଆଜି ସକାଳୁ ନାମକଣ୍ଡା ଗ୍ରାମ ନିକଟରୁ ନିଖୋଜ ଥିବା କଲେଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେ ଗତ ଦୁଇଦିନ ହେଲା ପୋଟେରୁ ନଦୀରେ ନିଖୋଜ ଥିଲେ। ମୃତକ ଜଣକ ହେଲେ ରାକେଶ ମଣ୍ଡଳ।

ତାଙ୍କ ମୃତ ଶରୀରଟି ଭେଙ୍କଟପାଲମ ଠାରୁ ଭାସି ଭାସି ଆଜି ସକାଳେ ନାମକଣ୍ଡା ଗ୍ରାମ ନିକଟରେ ଲାଗିଥିଲା। ଏହା ଦେଖି ଗ୍ରାମବସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶବକୁ ଉଦ୍ଧର କରିଥିଲେ।

ସୂଚନା ଅନୁସାରେ, ଦୁଇ ଦିନ ତଳେ ରାକେଶ ନିଜ ସାଙ୍ଗମାନଙ୍କ ସହିତ ଭେଙ୍କଟପାଲମ ଗ୍ରାମ ନିକଟରେ ଥିବା ପୋଟେରୁ ନଦୀ କୂଳକୁ ବନ ଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ସାଙ୍ଗମାନେ ଘରକୁ ଫେରି ଆସିଥିଲେ ମଧ୍ୟ ରାକେଶ ଘରକୁ ଫେରି ନ ଥିଲେ

Comments are closed.