Odisha Link
Bridging the Missing Links in Odisha

ନକଲି ନୋଟ ଜବତ, ୩ ଗିରଫ

ଝାରସୁଗୁଡ଼ା: ନକଲି ନୋଟ ଜବତ କରିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲିର ପୁଲିସ। ଏଥିରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ୯୬ ହଜାର ୩ ଶହ ଟଙ୍କାର ଜାଲ ନୋଟ ଓ ପ୍ରିଣ୍ଟିଂ ମେସିନକୁ ପୁଲିସ ଜବତ କରିଛି।

ଅଭିଯୁକ୍ତ ହେଲ ଗୋବିନ୍ଦପୁରର ମହମ୍ମଦ ଇରଫାନ(୨୪), ଇସ୍ଥିଫାକ ଆନ୍ସାରୀ (୩୨), ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଖଡ଼ମର ମହମ୍ମଦ ଅଜମଲ (୨୦) । ଆଜି ଏସପି ରାହୁଲ ପିଆର୍ ଝାରସୁଗୁଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବନ୍ଧବାହାଲସ୍ଥିତ ଏକ ପେଟ୍ରୋଲ ପମ୍ପରେ ଅଜମଲ ନକଲି ନୋଟ ଦେଇ ପେଟ୍ରୋଲ ଭରୁଥିଲେ। ପମ୍ପ ମାଲିକ ନକଲି ନୋଟ ବିଷୟରେ ଜାଣିପାରି ବନହରପାଲି ପୁଲିସକୁ ଖବର ଦେଇଥିଲେl ପୁଲିସ ଏନେଇ ତଦନ୍ତ କରି ଅଜମଲକୁ ଗିରଫ କରିଥିଲା ।

ତାକୁ ଅଧିକ ପଚରାଉଚୁରା କରିବା ପରେ ସମ୍ବଲପୁରର ବାମରାରେ ଏକ ନକଲି ନୋଟ କାରାଖାନା ଚାଲୁଥିବା ଖବର ପାଇଥିଲା। ତାପରେ ପୁଲିସ ବାମରାସ୍ଥିତ ନକଲି ନୋଟ କାରଖାନାରେ ଚଢ଼ଉ କରି ସେଠାରୁ ଅନ୍ୟ ୨ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Comments are closed.