Odisha Link
Bridging the Missing Links in Odisha

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ । ଉଭୟ ବିଧାନସଭା ପଛପଟ ଇଡକଲ ରାସ୍ତାରେ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ ସୁବ୍ରତ ଦାସ।

ସୂଚନାଥାଉ କି, ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ହତ୍ୟାରେ ନ୍ୟାୟ ନ ପାଇ ମା’ ଓ ଭାଇ ଆଜି କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି।

 

ସୂଚନା ଅନୁସାରେ,ନିକଟରେ ବିଧାନସଭା ସମ୍ମୁଖରେ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିଲେ। ବିଧାନସଭା ଗେଟ ନିକଟରେ ଚାଷୀମାନେ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ଏହି ଚାଷୀମାନଙ୍କ ଘର କଟକ ଜିଲ୍ଲାର ଆଠଗଡ ଅଞ୍ଚଳରେ ହୋଇଥିବା ସୂଚନା ମିଳିଥିଲା। ଆଠଗଡର ତିନି ଜଣ ଚାଷୀ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ସୁରକ୍ଷା କର୍ମଚାରୀ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇ ଯାଇଥିଲା।

Comments are closed.