Odisha Link
Bridging the Missing Links in Odisha

ସକାଳୁ ତାତିଲାଣି ଓଡ଼ିଶା; ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ହିଟ୍ ୱେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଭୀଷଣ ହେଉଛି ଗ୍ରୀଷ୍ମକୋପ। ଆକାଶରୁ ହେଉଛି ଅଗ୍ନିବର୍ଷା। ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି। ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିଭଳି ହିଟ୍ ୱେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ତାଳଚେରରେ ୩୮.୪, ଭବାନୀପାଟଣାରେ ୩୭.୪, ବାରିପଦାରେ ୩୬.୪, ବଲାଙ୍ଗିରରେ ୩୬.୨, ଟିଟିଲାଗଡ଼ ଓ ବାଲେଶ୍ବରରେ ୩୬, ହୀରାକୁଦ ୩୫.୬, ଝାରସୁଗୁଡ଼ାରେ ୩୫.୪, କେନ୍ଦୁଝରରେ ୩୫.୪, ସୋନପୁର ଓ ଭୁବନେଶ୍ବରରେ ୩୪.୮, କଟକ, ସମ୍ବଲପୁର, ମାଲକାନଗିରିରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.