ଆଜି ବାବା ଧବଳେଶ୍ବରଙ୍କ କିରାତଅର୍ଜୁନ ବେଶ
କଟକ: ଦୀର୍ଘ ୨୫ ବର୍ଷ ପରେ ଆଜି ବାବା ଧବଲେଶ୍ୱରଙ୍କର କିରାତଅର୍ଜୁନ ବେଶ। ବଡଓଷାରେ ବାବାଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଶ୍ରଦ୍ଧାଳୁ ବାବାଙ୍କ ଏହି ଦୁର୍ଲଭ ବେଶର ଦର୍ଶନରୁ ବଞ୍ଚିତ ରହିବେ। କରୋନା କଟକଣା କାରଣରୁ ଧବଳେଶ୍ୱର ମନ୍ଦିର ଓ ଅଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ଭୋର୍ ୪ଟାରୁ ପହଡ଼ ଖୋଲାଯାଇ ସମସ୍ତ ରୀତିନୀତି ସମ୍ପନ୍ନ ହୋଇଛି। ପରେ ବାବାଙ୍କ ଏହି ବେଶ କରାଯାଇଛି। ଆଜି ପ୍ରଭୁଙ୍କ ପାଖରେ ଲାଗିହେବ ଗଜପିଠା ।
Comments are closed.