Odisha Link
Bridging the Missing Links in Odisha

ଧାନ ଜମି ମଞ୍ଚାରେ ନିଆଁ, ମହିଳା ଗୁରୁତର

ତୋଲକୋଇ: ଧାନ ଜମିରେ ମଞ୍ଚା ବାନ୍ଧି ଶୋଇଥିବା ବେଳେ ଲାଗିଗଲା ନିଆଁ। ମୁଖିଆଣି ନାୟକ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କରଦାଙ୍ଗି ଗାଁ କମଳାବଣି ସାହିରେ ଘଟିଛି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ମୁଖିଆଣି ଏବଂ ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ନାୟକ ବନ୍ୟଯନ୍ତୁଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ମଞ୍ଚାରେ ଶୋଇଥିଲେ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମଞ୍ଚା ତଳେ ନିଆଁ ଜଳାଇଥିଲେ।

ବିଳମ୍ବିତ ରାତିରେ ଅଧିକ ଶୀତ ହେବାରୁ ମୁଖିଆଣି ତଳକୁ ନିଆଁ ପାଖରେ ଶୋଇବା ପାଇଁ ପଳାଇ ଆସିଥିଲେ। ତେବେ ଶୋଇଥିବା ବେଳେ କୌଣସି କାରଣରୁ ମୁଖିଆଣିଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା।

ପାଟି ଶୁଣି କୃଷ୍ଣଚନ୍ଦ୍ର ତଳକୁ ଓହ୍ଲାଇ ଦେଖିଲା ବେଳକୁ ତାଙ୍କର ଶରୀର ଶତକଡା ୮୦ ଭାଗ ପୋଡ଼ିଯାଇଛି। ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Comments are closed.