Odisha Link
Bridging the Missing Links in Odisha

ଲିଭିନଥିଲା ମା’ର ଚିତା, ୪ ଝିଅଙ୍କୁ ଆଶ୍ରମରେ ଛାଡ଼ଦେଲେ ଗରିବ ବାପା

ଭୁବନେଶ୍ବର: ଜଣେ ପ୍ରସୂତୀ ମାଆର ମୃତ୍ୟୁ ପରେ ଶ୍ମଶାନରେ ଜଳୁଥିଲା ଚିତା। ଅନ୍ୟପଟେ ମା’ଛେଉଣ୍ଡ ହୋଇଗଲେ ୧୫ ଦିନର ଶିଶୁ କନ୍ୟା ସହ ୩ ଝିଅ। ଅନ୍ୟପଟେ ଅସହାୟ ଗରିବ ସ୍ଵାମୀ ଅନ୍ୟ ଉପାୟ କିଛି ନପାଇ ପତ୍ନୀର ମୃତ୍ୟୁ ପରେ ୧୫ ଦିନର କନ୍ୟା ସହ ତିନି କନ୍ୟାଙ୍କୁ ଚାଇଲ୍ଡ ଲାଇନକୁ ଟେକି ଦେଇଛନ୍ତି। ଏମିତି ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଗଡବନ୍ତପୁର ଗ୍ରାମରେ।

ଗଡବନ୍ତପୁର ଗ୍ରାମର ଗୀତା ଭୋଇ ୧୫ ଦିନ ପୂର୍ବେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପୂର୍ବରୁ ଗୀତାଙ୍କର ତିନି କନ୍ୟା ଅଛନ୍ତି। ପ୍ରସବ ପରଠାରୁ ଗୀତା ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ୱାମୀ ଭଗବାନ ସାମଲ ଗରିବ ଶ୍ରେଣୀର ହୋଇଥିବାରୁ ଗୀତାଙ୍କର ଚିକିତ୍ସା କରାଇପରି ନ ଥିଲେ। ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଗୀତାଙ୍କ ଘରେ ପହଁଞ୍ଚି କିଛି ଔଷଧ ଦେଇଥିଲେ। ମାତ୍ର ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।

ଗୀତାଙ୍କର ମୃତ୍ୟୁ ପରେ ଅସହାୟ ହୋଇପଡିଥିଲେ ୪ କନ୍ୟା। ବାଲିପାଟଣା ସିଡିପିଓ ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ ଲାଇନ୍ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଚାଇଲ୍ଡ ଲାଇନ୍ସ ସଦସ୍ୟ , ସ୍ଥାନୀୟ ସରପଞ୍ଚ , ଗ୍ରାମର ମୂରବୀମାନେ ଗଡବନ୍ତପୁର ଗ୍ରାମରେ ରେ ପହଁଞ୍ଚିଥିଲେ। ଗୀତାଙ୍କର ସ୍ଵାମୀ ଭଗବାନ ସାମଲ ଗରିବ ଶ୍ରେଣୀର ହୋଇଥିବାରୁ ପିଲାମାନଙ୍କର ଲାଳନପାଳନ କରିବାରେ ଅସମର୍ଥ ପ୍ରକାଶ କରିଥିଲେ ୟ। ମାଆର ଚିତା ଲିଭିବା ପୂର୍ବରୁ ନବଜାତକ ସହ ତିନି କନ୍ୟାଙ୍କୁ ଚାଇଲ୍ଡ ଲାଇନ୍‌କୁ ଟେକି ଦେଇଥିଲେ। ହେଲେ ଗୀତାଙ୍କର ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବଡ଼ ଝିଅ ମାମୁନି ବାପା ଭାଗବତ ନିକଟରେ ରହିବ ପରେ ଚାଇଲ୍‌ଡ ଲାଇନ୍‌କୁ ନିଆଯିବ ବୋଲି ଚୁକ୍ତି ହୋଇଛି।

Comments are closed.