Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ବରଯାତ୍ରୀ ମୃତ

ଛତିଶଗଡ : ରଯାତ୍ରୀକୁ ନେଇ ଛତିଶଗଡ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଡ଼କ ଦୁର୍ଘଟଣାଟି ଛତିଶଗଡ ପୁସୋର ଥାନା ଅର୍ନ୍ତଗତ ପୋଡାତରାଇ ଠାରେ ଘଟିଛି। ଦୁର୍ଘଟଣାଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ବରଗଡ କଟାପାଲିରୁ ବରଯାତ୍ରୀଙ୍କୁ ନେଇ ଛତିଶଗଡ଼ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ମୃତାହତ ବରଗଡ କଟାପାଲିର ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ ରହିଛି।

Comments are closed.