Odisha Link
Bridging the Missing Links in Odisha

ଅଫଲାଇନରେ ହେବ ମାଟ୍ରିକ୍‌ ଓ +୨ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ପରୀକ୍ଷାରେ ବାଧା ସୃଷ୍ଟି ହେଉଛି। ପାଠ ପଢା ଅନଲାଇନରେ ହେଉଛି। ତେବେ ଏନେଇ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନରେ ହେବ କି ଅଫଲାଇନରେ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ଆଶଙ୍କାକୁ ଦୂର କରିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଚଳିତବର୍ଷ ଅଫଲାଇନ୍ ମୋଡରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବ। ପରୀକ୍ଷା ବିଳମ୍ବ ହେବ ମାତ୍ର, ଯେପରି ହେଉଥିଲା ସେହିପରି ହେବ।ଅଫଲାଇନରେ ପରୀକ୍ଷା ପାଇଁ ସିବିଏସଇ ନିଷ୍ପତ୍ତି ନେଇଛି। ସେହି ଆଧାରରେ ରାଜ୍ୟରେ ବି ଅଫଲାଇନରେ ପରୀକ୍ଷା ହେବ। କିନ୍ତୁ ତା’ ପୂର୍ବରୁ ଶିକ୍ଷାଦାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ନବମରୁ ଦଶମ ଶ୍ରେଣୀ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି। ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେବା ପରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

Comments are closed.