Odisha Link
Bridging the Missing Links in Odisha

ମସ୍କୋ ଆରମ୍ଭ କଲା କରୋନା ଗଣଟିକାକରଣ

ନୂଆଦିଲ୍ଲୀ: ରୁଷ୍‌ର ପ୍ରଥମ ଗଣଟିକାକରଣର ଶୁଭାରମ୍ଭ। କୋଭିଡ୍‌-୧୯ ବିପକ୍ଷରେ ଆଜି ୭୦ଟି କ୍ଲିନିକ୍ ଜରିଆରେ ମସ୍କୋ ‘ସ୍ପୁଟ୍‌ନିକ୍‌-୫’ ଟିକା ବଣ୍ଟନ ଆରମ୍ଭ କରିଛି।ଏନେଇ ସେଠାକାର କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସ କହିଛି।

କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ଥିବାରୁ ଡାକ୍ତର ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀ, ଶିକ୍ଷକ ଏବଂ ସାମାଜିକକର୍ମୀମାନଙ୍କୁ ସର୍ବ ପ୍ରଥମେ ରୁଷ୍‌ ନିର୍ମିତ ଏହି ଟିକା ମିଳିବ ବୋଲି ଟାସ୍କ୍‌ ଫୋର୍ସ କହିଛି।

୬୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତିମାନଙ୍କୁ ଏହି ଟିକା ଦିଆଯିବ। କେତେକ ନିର୍ଦ୍ଦିଷ୍ଟ ଅସୁସ୍ଥତା ଭୋଗୁଥିବା ବ୍ୟକ୍ତି, ଅନ୍ତଃସତ୍ତ୍ବା ମହିଳା ଏବଂ ଗତ ଦୁଇ ସପ୍ତାହ ହେବ ଶ୍ବାସକ୍ରିୟାଜନିତ ଅସୁସ୍ଥତା ଥିବା ବ୍ୟକ୍ତିଙ୍କୁ ଏହି ଟି‌କା ନେବା ନିମନ୍ତେ ବାରଣ କରାଯାଇଛି।

ରୁଷ୍‌ ଦୁଇଟି କୋଭିଡ୍‌-୧୯ ଟିକା ବିକଶିତ କରିଛି। ‘ରଷିଆନ୍‌ ଡାଇରେକ୍ଟ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌’ ପୃଷ୍ଠପୋଷକତାରେ ‘ସ୍ପୁଟ୍‌ନିକ୍‌-୫’ ପ୍ରସ୍ତୁତ ହୋଇଛି। ଅନ୍ୟଟି ସାଇବେରିଆର ‘ଭେକ୍ଟର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ତିଆରି କରିଛି। ଉଭୟ ଟିକାର ଚୂଡ଼ାନ୍ତ ପରୀକ୍ଷା ଶେଷ ହୋଇନାହିଁ।

Comments are closed.