Odisha Link
Bridging the Missing Links in Odisha

ବିଜେପିରେ ସାମିଲ୍ ହେଲେ ଅଭିନେତ୍ରୀ ବିଜୟାଶାନ୍ତି

ନୂଆଦିଲ୍ଲୀ : ବିଜେପିରେ ସାମିଲ୍ ହେଲେ ତେଲୁଗୁସିନେମା ଅଭିନେତ୍ରୀ ବିଜୟାଶାନ୍ତି। ଆଜି ନୂଆଦିଲ୍ଲୀଠାରେ ବିଜେପି ଔପଚାରିକ ଭାବେ ଯୋଗ ଦେଇଛନ୍ତି ବିଜୟଶାନ୍ତି । ରବିବାର ଦିନ ବିଜୟାଶାନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଥିଲେ।

ଉଭୟଙ୍କ ମଧ୍ୟରେ ଆଲୋଚନା ସଫଳ ହେବା ପରେ ବିଜେପିରେ ଯୋଗ ଦେଇଛନ୍ତି ବିଜୟାଶାନ୍ତି। ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବିଜୟା ଶାନ୍ତି ବିଜେପିରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଟିଆରଏସ୍‌ରେ ସାମିଲ୍ ହୋଇଥିଲେ।

୨୦୧୪ ମସିହାରେ ତେଲେଙ୍ଗାନା ନୂତନ ରାଜ୍ୟ ଗଠନ ହେବା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଏବେ ବିଜୟଶାନ୍ତି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପ୍ପି ନଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି।

ସୂଚନାଯୋଗ୍ୟ, ବିଜେପି ହାଇଦ୍ରାବାଦ ମହାନଗର ପାଳିକା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଛି । ସେହିପରି ଡୁବ୍‌କା ଉପନିର୍ବାଚନରେ ମଧ୍ୟ ବିଜେପି ବାଜିମାତ୍ କରିଛି। ଏହି ଫଳାଫଳ କାରଣରୁ ଗେରୁଆ ଦଳ ଆଡକୁ ବିଜୟା ଶାନ୍ତି ଢଳିଥିବା ଅନୁମାନ କରାଯାଉଛି। ଏହି ଲୋକପ୍ରିୟ ଅଭିନେତ୍ରୀ ପ୍ରାୟ ୧୦ ବର୍ଷଧରି ସିନେମାରୁ ମଧ୍ୟ ଦୂରେଇ ରହିଥିଲେ। ତେବେ ଚଳିତ ବର୍ଷ ମହେଶ ବାବୁଙ୍କ ସରେଲିରୁ ନିକେ ଏଭରୁରେ ନଜର ଆସିଥିଲେ ବିଜୟାଶାନ୍ତି।

Comments are closed.