ବିଦ୍ୟୁତ୍ ଫାଶରେ ଫସି ଯୁବକ ମୃତ

ବ୍ରହ୍ମଗିରି: ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ଫାଶରେ ଫସି ଜଣେ ଯୁବକ ମୃତ। ଏହି ଦୁଃଖଦୀୟ ଘଟଣାଟି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ବେତଗୋରଡ଼ି ନିକଟ ଜଙ୍ଗଲରେ ଘଟିଛି।
ମୃତକ ହେଲେ ସ୍ଥାନୀୟ ସାନ ବନ୍ଧକେରା ଗାଁର ରବୀନ୍ଦ୍ର ନାୟକ।ରବୀନ୍ଦ୍ରଙ୍କର ବେତଗୋରଡ଼ି ନିକଟ ଜଙ୍ଗଲରେ ଏକ ବଗିଚା ରହିଛି। ବଗିଚାରେ ଗାଈ ଚରାଇବାକୁ ଯାଇ ରବୀନ୍ଦ୍ର ଏପରି ଅଘଟଣର ସମ୍ମୁଖିନ ହୋଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରହିଛି।