Odisha Link
Bridging the Missing Links in Odisha

ପୁଣି ଥଣେ ରିମାଣ୍ଡରେ ଯିବେ ଆକାଶ: ସିପି

ଭୁବନେଶ୍ୱର: ପୁଣି ଥଣେ ରିମାଣ୍ଡରେ ଯିବେ ଆକାଶ ପାଠକ। ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ସଂକ୍ରାନ୍ତରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ରିମାଣ୍ଡରେ ଅଣାଯିବ। ଆକାଶଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାର ଆବଶ୍ୟକତା ରହିଛି ବୋଲି ପୋଲିସ କମିଶନର ପ୍ରକାଶ କରିଛନ୍ତି।

ଆକାଶ ପାଠକ ମାମଲାର ତଦନ୍ତ ଚାଲିଥିବା ବେଳେ, ଦସ୍ତଖତ ଯାଞ୍ଚ ପାଇଁ ଆକାଶଙ୍କ ଦସ୍ତଖତ ହ୍ୟାଣ୍ଡରାଇଟିଂ ବ୍ୟୁୁରୋକୁ ପଠାଯିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ। ଏଥସହ ଆକାଶଙ୍କୁ ଆଉ ଥରେ ରିମାଣ୍ଡରେ ନିଆଯିବାର ଆବଶ୍ୟକତା ରହିଛି। ତାଙ୍କୁ ରିମାଣ୍ଡରେ ନେବା ପାଇଁ ଖୁବଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି ପୁଲିସ କମିସନର କହିଛନ୍ତି।

ତଦନ୍ତର ପ୍ରଥମ ପର୍ଯ୍ୟାୟରେ ଆକାଶ ପାଠକ ଟାଟା କମ୍ପାନୀରେ ଚାକିରି କରନ୍ତ କି ନାହିଁ ଜାଣିବା ପାଇଁ ଟାଟାକୁ ଚିଠି ଲେଖାଯାଇଥିଲା। ଆକାଶ କମ୍ପାନୀର କର୍ମଚାରୀ ନୁହଁନ୍ତି ଟାଟା ସ୍ପଷ୍ଟ କରିଛି। ଏବେ ଝାରପଡା ଜେଲରେ ଅଛନ୍ତି ପାଠକ ବାପା, ପୁଅ। ୩ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ଆର୍ଥିିକ କାରବାର ଓ ନିଯୁକ୍ତି ନାଁରେ ଠକେଇ ନେଇ ପଚରାଉଚରା କରିଥିଲା। ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଭିଜିଲାନ୍ସ ଅଧିକାର କହିଛନ୍ତି।

Comments are closed.