Odisha Link
Bridging the Missing Links in Odisha

ବ୍ରିଟେନରେ ସାମୂହିକ ଟିକା କରଣ ଆରମ୍ଭ

ଲଣ୍ଡନ: ବ୍ରିଟେନ ସରକାର ଟିକାକୁ ଅନୁମତି ଦେବା ପରେ ସାମୂହିକ ଟିକାକରଣ ଆରମ୍ଭ ହୋଇଯାଇଛି। ତେବେ ବ୍ରିଟେନର ୯୦ ବର୍ଷ ବୃଦ୍ଧା ମାରଗାରେଟ୍ କିନନ୍ନଙ୍କୁ ପ୍ରଥମେ ଫାଇଜର ଟିକା ଦିଆଯାଇଛି।

କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର କୋଭିଡ୍ ଟିକା ଗ୍ରହଣ କରିବାରେ ମାରଗାରେଟ୍ ଦୁନିଆର ପ୍ରଥମ ବ୍ୟକ୍ତି। ମାରଗାରେଟ୍ କିନନ୍ନ ଗତ ସପ୍ତାହରେ ୯୧ ବର୍ଷ ବୟସରେ ପାଦ ଥାପିଥିଲେ।

ସେଣ୍ଟ୍ରାଲ ଇଂଲଣ୍ଡର ଥିବା ଏକ ସ୍ଥାନୀୟ ହସ୍ପିଟାଲରେ ସେ ଟିକା ନେଇଛନ୍ତି।କୋଭିଡ ବିରୋଧରେ ଲଢ଼େଇ ପାଇଁ ସେ ପ୍ରଥମ ଟିକା ନେଇଥିବାରୁ ଧନ୍ୟ ବୋଲି ବୃଦ୍ଧା ଜଣଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ମୋର ଜନ୍ମଦିନ ଅବସରରେ ଏହା ମୋ ପାଇଁ ସବୁଠୁ ଭଲ ଉପହାର। ନୂଆବର୍ଷରେ ସେ ତାଙ୍କ ପରିବାର ସହିତ ସମୟ ଅତିବାହିତ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।

Comments are closed.