ଜେଜେ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘରେ ଖୁସିର ଲହରି ଖେଳିଯାଇଛି। ସେ ଏବେ ବାପାରୁ ଜେଜେ ହୋଇଛନ୍ତି। ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି।
ଶିଶୁ ପୁତ୍ରର ଆଗମନକୁ ନେଇ ଅମ୍ବାନୀ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଅମ୍ବାନୀ ପରିବାର ତରଫରୁ ଏକ ବିବୃତିରେ କୁହାଯାଇଛି ଯେ ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି।
୨୦୧୯ ମାର୍ଚ୍ଚ ମାସରେ ଆକାଶ ଏବଂ ଶ୍ଲୋକା ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କରିଥିଲେ। ଏହି ବିଳାସପୂର୍ଣ୍ଣ ଉତ୍ସବରେ ଦେଶର ବଡ ବଡ଼ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ରାଜନେତା ଏବଂ ବଲିଉଡର ବଡ ବଡ ସମସ୍ତ ତାରକା ଯୋଗ ଦେଇଥିଲେ।