Odisha Link
Bridging the Missing Links in Odisha

ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଷ୍ଟର ପ୍ଲାନ ଦେଖିବା ସହ କାମର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆନ୍ତର୍ଜାତୀକ ସ୍ତରରେ ବସଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ଆଉ କାମ କେତେ ଅଗ୍ରଗତୀ ହେଲା ବୁଲି ବୁଲି କାମ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାମ। ଏଥିପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା। ନୂଆ ବସଷ୍ଟାଣ୍ଡ ଟର୍ମିନାଲ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି । ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ କରୋନା କାଳରେ ବସଷ୍ଟାଣ୍ଡର କାମ ଆରମ୍ଭ ହୋଇଥିଲା। ବରମୁଣ୍ଡା ବସଷ୍ଟାଣ୍ଡକୁ ରାଜ୍ୟ ବାହାରୁ ବି ଯାତ୍ରୀ ଆସୁଥିବାରୁ ତାର ସୌନ୍ଦର୍ଯ୍ୟକରଣ ପାଇଁ ସେପ୍ଟେମ୍ବର ୨୬, ୨୦୧୯ରେ ଏହି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଥିଲା।

Comments are closed.