Odisha Link
Bridging the Missing Links in Odisha

ପୋଖରୀରେ ବୁଡ଼ି ଯୁବକ ମୃତ

ବଲାଙ୍ଗୀର: ଆଜି ଜଣେ ଯୁବକ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ପୁଇଁତଲା ବ୍ଲକର ସାଉନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମରେ ଘଟିଛି। ମୃତକ ହେଲେ ଅନିଲ କୁମାର ତ୍ରିପାଠୀ ।

ପ୍ରକାଶ ଯେ, ଅନିଲ ଆଜି ସକାଳ ୧୦ଟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଇବା ବେଳେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ପୋଖରୀରେ ଉପସ୍ଥିତ ଲୋକଙ୍କ ଦ୍ୱାରା ତାଙ୍କୁ ତୁରନ୍ତ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ହସ୍‌ପିଟାଲରେ ଅନିଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଗଭୀର ଶୋକର ଛାୟା ଖେଳିଯାଇଛି।

Comments are closed.