Odisha Link
Bridging the Missing Links in Odisha

ଗିରଫ ହେଲେ ଦୁର୍ନୀତିକୁ ବିରୋଧ କରୁଥିବା ଏଏସିପି

ନୂଆଦିଲ୍ଲୀ: ଦୁର୍ନୀତି ନିବାରଣକୁ ନେଇ ଭାଷଣ ଦେବାର ଏକ ଘଣ୍ଟା ପରେ ଲାଞ୍ଚ ନେଉଥିବା ଅବସ୍ଥାରେ ଧରାପଡ଼ିଲେ ଏଏସପି। ‘ଦୁର୍ନୀତି ନିବାରଣ ଦିବସ’ରେ ଏଏସପି ଭେରୁଲାଲ ମିନା ଏକ ମଞ୍ଚରେ ଦୁର୍ନୀତିକୁ ହ୍ରାସ କରିବା ପାଇଁ ଲୋକମାନଙ୍କୁ ବୁଝାଇଥିଲେ।

ଏହି ଭାଷଣର ଏକ ଘଣ୍ଟା ପରେ ଜୟପୁର ଏସିବି ଟିମ୍ ସୱାଇ ମାଧୋପୁରରେ ଏଏସପି ଭେରୁଲାଲଙ୍କୁ ଲାଞ୍ଚ ନେଉଥିବା ଅବସ୍ଥାରେ ଗିରଫ କରିଥିଲେ। ଡିଜି ବିଏଲ୍ ସୋନି ଏବଂ ଏଡିଜି ଦିନେଶ ଏମଏମଙ୍କ ନିର୍ଦ୍ଦେଶରେ ଜୟପୁର ଏସିବି ଟିମ୍ ଏଏସପି ପୁଷ୍ପେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏଏସପିଙ୍କ ଉପରେ ଚଢ଼ାଉ ହୋଇଥିଲା।

ଏସିବିରୁ ମିଳିଥିବା ସୂଚନା ଅନୁଯାୟୀ, ସୱାଇ ମାଧୋପୁର ଏସିବିର ଅତିରିକ୍ତ ଏସପି ଭେରୁଲାଲ ସୱାଇ ମାଧୋପୁର ଡି.ଟି.ଓ ମହେଶ ଚନ୍ଦଙ୍କ ଠାରୁ ମାସିକ ୮୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ସେ ଏସିବି ମୁଖ୍ୟାଳୟରେ ଅଭିଯୋଗ କରିଥିଲେ।

Comments are closed.